ଶ୍ରୀଜଗନ୍ନାଥଙ୍କ ନାଁରେ ଦାନ ନେବାକୁ ନେଇ ଜିଲ୍ଲାଜଜ୍‌ଙ୍କ ନିକଟରେ ସତ୍ୟପାଠ ଦାଖଲ

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀଜଗନ୍ନାଥଙ୍କ ନାଁରେ କୌଣସି ସେବାୟତ ଦାନ ଗ୍ରହଣ କରିପାରିବେ ନାହିଁ। ଶ୍ରୀମନ୍ଦିର ପରିସରରେ କେବଳ ହୁଣ୍ଡିରେ ଦାନ ଅର୍ଥ ଗ୍ରହଣ କରାଯିବ। ଏହାକୁ ନେଇ ସୁପ୍ରିମକୋର୍ଟରେ ଆସନ୍ତା ଜୁଲାଇ ୫ ତାରିଖରେ ଶୁଣାଣି ହେବ। ଏହା ପୂର୍ବରୁ ଜୁନ ୩୦ ତାରିଖରେ ଜିଲ୍ଲା ଜଜ୍ ଏହା ଉପରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ରହିଛି।

ଆଜି ବିଭିନ୍ନ ନିଯୋଗ ଓ ଅନୁଷ୍ଠାନ ପକ୍ଷରୁ ଜିଲ୍ଲାଜଜଙ୍କ ନିକଟରେ ସତ୍ୟପାଠ ଦାଖଲ କରାଯାଇଛି। ବିଶ୍ୱହିନ୍ଦୁ ପରିଷଦ, ଆର୍ଯ୍ୟସମାଜ, ସୁଦୁ ସୁଆର ନିଯୋଗ ଓ ଖୁଣ୍ଟିଆ ନିଯୋଗ ସତ୍ୟପାଠ ଦାଖଲ କରିଛନ୍ତି। ବିଶେଷ କରି ଶ୍ରୀମନ୍ଦିର  ପରିଚାଳାନାରେ ସଂସ୍କାର ଆଣିବା ପାଇଁ ସତ୍ୟପାଠରେ ଉଲ୍ଲେଖ ରହିଛି। ସଂସ୍କାର କ୍ଷେତ୍ରରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ମତକୁ ଗୁରୁତ୍ୱ ଦିଆଯାଉ ବୋଲି କୁହାଯାଇଛି। ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଓ ମହାପ୍ରସାଦର ଦର ନିୟନ୍ତ୍ରଣ କରାଯାଇ ଭକ୍ତମାନେ କିଭଳି ଠିକ ସମୟରେ ତାହା ପାଇପାରିବେ, ସେଥି ପ୍ରତି ମଧ୍ୟ ଗୁରୁତ୍ୱ ଦେବାକୁ ପ୍ରସ୍ତାବ ଦିଆଯାଇଛି।

Previous ArticleNext Article

Send this to a friend