ଶ୍ରୀଦେବୀଙ୍କ ବିୟୋଗରେ ଓଲିଉଡ୍‌ରେ ଶୋକର ଛାୟା: କ’ଣ କହିଲେ ଅନୁଭବ ଓ ହ୍ୟୁମାନ୍

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆରପାରିରେ ବଲିଉଡ୍‌ ନାୟିକା ଶ୍ରୀଦେବୀ। ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କର ମୃତ୍ୟୁ ଘଟିଛି। ୫୪ବର୍ଷୀୟ ଶ୍ରୀଦେବୀଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ତେବେ ଶ୍ରୀଦେବୀଙ୍କ ବିୟୋଗରେ ଶୋକର ଛାୟା ଖେଳି ଯାଇଛି।

ଓଲ୍‌ଉଡ୍‌ର ପ୍ରସିଦ୍ଧ ଗୀତିକାର ହ୍ୟୁମ୍ୟାନ୍‌ ସାଗର ତାଙ୍କୁ ‘ଗଡେସ୍‌ ଅଫ୍‌ ବଲିଉଡ୍‌’ ବୋଲି ଆଖ୍ୟା ଦେଇଛନ୍ତି। ଏଥିସହ ତାଙ୍କ ବିୟୋଗରେ କେବଳ ବଲିଉଡ୍‌ ନୁହେଁ ଓଲିଉଡ୍‌ର କ୍ଷତି ହୋଇଛି ବୋଲି କହିଛନ୍ତି। ସେପଟେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି ମଧ୍ୟ ଶ୍ରୀଦେବୀଙ୍କୁ ତାଙ୍କ ପ୍ରିୟ ଅଭିନେତ୍ରୀ କହିବା ସହ ତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ସେ ତାଙ୍କ ଝିଅ ଜାହ୍ନବୀ କପୁରଙ୍କୁ ତାଙ୍କ ଆଗାମୀ ଫିଲ୍ମ ପାଇଁ ଶୁଭେଚ୍ଛା ଦେବା ସହ ସେ ତାଙ୍କ ମାଆଙ୍କ ପରି ନାଁ କମାଇବାକୁ କହିଛନ୍ତି। (ଦେଖନ୍ତୁ ଭିଡିଓ)

Previous ArticleNext Article

Send this to a friend