ସାଲେପୁରରେ ୬ବର୍ଷର ଝିଅକୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
ସାଲେପୁର (ଓଡ଼ିଶା ରିପୋର୍ଟର): ସାଲେପୁରରେ ସ୍କୁଲ ବାରଣ୍ଡାରୁ ୬ ବର୍ଷର ଶିଶୁ ମୁମୁର୍ଷ ଅବସ୍ଥାରେ ଉଦ୍ଧାର ଘଟଣାରେ ସମ୍ପୃକ୍ତ ଥିବା ଅଭଯୋଗରେ ଜଣଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ଜଣଙ୍କ ହେଲେ ସ୍ଥାନୀୟ ଅଞ୍ଚଳର ଏମ୍. ଡି. ମୁସ୍ତାଫା। ତାଙ୍କ ବିରୋଧରେ ୩୭୬, I(M), ୩୦୭, ପୋକ୍ସୋ ଦଫା ଲାଗୁ ହୋଇଛି।
ଅନ୍ୟପକ୍ଷରେ ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ତା’ର ଚିକିତ୍ସା ଲାଗି କଟକ ବଡ଼ ମେଡିକାଲରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗଠନ ହୋଇଛି।
ଗତକାଲି ରାତିରେ ସାଲେପୁର ଥାନା ଅଞ୍ଚଳରେ ଏକ ସ୍କୁଲ ବାରଣ୍ଡାରୁ ଜଣେ ୬ ବର୍ଷର ବାଳିକାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାକୁ ପ୍ରଥମେ ସାଲେପୁର ଓ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ନାବାଳିକାକୁ କେହି ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରିଥିବା ନେଇ ପରିବାର ସନ୍ଦେହ ପ୍ରକାଶ କରିଥିବା ବେଳେ ଏ ନେଇ ସାଲେପୁର ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳେ ଘଟଣାସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ଯାଇ ନମୂନା ସଂଗ୍ରହ କରିଛି। ଏହି ଘଟଣାରେ ଆଜି ସ୍ଥାନୀୟ କାଜିହାଟ ଛକରେ  ଲୋକେ ରାସ୍ତାରୋକ କରିଥିଲୋ ପୋଲିସ ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଥିଲା।
Ordigital Desk
• Published: Sunday, 22 April 2018
• Updated: 22 April 2018, 04:41 PM IST
Sports
Latest News
ସାଲେପୁର (ଓଡ଼ିଶା ରିପୋର୍ଟର): ସାଲେପୁରରେ ସ୍କୁଲ ବାରଣ୍ଡାରୁ ୬ ବର୍ଷର ଶିଶୁ ମୁମୁର୍ଷ ଅବସ୍ଥାରେ ଉଦ୍ଧାର ଘଟଣାରେ ସମ୍ପୃକ୍ତ ଥିବା ଅଭଯୋଗରେ ଜଣଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ଜଣଙ୍କ ହେଲେ ସ୍ଥାନୀୟ ଅଞ୍ଚଳର ଏମ୍. ଡି. ମୁସ୍ତାଫା। ତାଙ୍କ ବିରୋଧରେ ୩୭୬, I(M), ୩୦୭, ପୋକ୍ସୋ ଦଫା ଲାଗୁ ହୋଇଛି।
ଅନ୍ୟପକ୍ଷରେ ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ତା’ର ଚିକିତ୍ସା ଲାଗି କଟକ ବଡ଼ ମେଡିକାଲରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗଠନ ହୋଇଛି।
ଗତକାଲି ରାତିରେ ସାଲେପୁର ଥାନା ଅଞ୍ଚଳରେ ଏକ ସ୍କୁଲ ବାରଣ୍ଡାରୁ ଜଣେ ୬ ବର୍ଷର ବାଳିକାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାକୁ ପ୍ରଥମେ ସାଲେପୁର ଓ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ନାବାଳିକାକୁ କେହି ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରିଥିବା ନେଇ ପରିବାର ସନ୍ଦେହ ପ୍ରକାଶ କରିଥିବା ବେଳେ ଏ ନେଇ ସାଲେପୁର ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳେ ଘଟଣାସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ଯାଇ ନମୂନା ସଂଗ୍ରହ କରିଛି। ଏହି ଘଟଣାରେ ଆଜି ସ୍ଥାନୀୟ କାଜିହାଟ ଛକରେ  ଲୋକେ ରାସ୍ତାରୋକ କରିଥିଲୋ ପୋଲିସ ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଥିଲା।
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos