ସାଲେପୁରରେ ସରବତ ପିଇ ଅସୁସ୍ଥଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟୁଛି, ମେଡିକାଲରୁ ଘରକୁ ଫେରିଲେ ୧୨୭
ସାଲେପୁର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ସାଲେପୁରରେ ସରବତ ପିଇ ଅସୁସ୍ଥ ଶତାଧିକ ଲୋକଙ୍କ ମଧ୍ୟରୁ ୧୨୭ ଜଣ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି। ଏବେ ବି ବିଭିନ୍ନ ମେଡିକାଲରେ ୫୫ ଜଣରୁ ଅଧିକ ଚିକିତ୍ସିତ ହେଉଛନ୍ତି।
ଗତକାଲି ସ୍ଥାନୀୟ ସ୍ୱପ୍ନେଶ୍ୱର ମନ୍ଦିରରେ ଜାଗର ଯାତ୍ରା ଅବସରରେ ରାଇସୁଙ୍ଗୁଡା ଗାଁର କିଛି ଲୋକ ସରବତ ପିଇବା ପରେ ହଠାତ ଅସୁସ୍ଥ ହୋଇ ପଡିଥିଲେ। ରାତିରେ ଝାଡାବାନ୍ତି ହେବାରୁ ସେମାନଙ୍କୁ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସାଲେପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ବି ଅନେକ ଆକ୍ରାନ୍ତ ଥିବାରୁ ରୋଗୀ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା ରହିଛି।
Ordigital Desk
• Published: Thursday, 15 February 2018
• Updated: 15 February 2018, 06:08 PM IST
Sports
Latest News
ସାଲେପୁର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ସାଲେପୁରରେ ସରବତ ପିଇ ଅସୁସ୍ଥ ଶତାଧିକ ଲୋକଙ୍କ ମଧ୍ୟରୁ ୧୨୭ ଜଣ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି। ଏବେ ବି ବିଭିନ୍ନ ମେଡିକାଲରେ ୫୫ ଜଣରୁ ଅଧିକ ଚିକିତ୍ସିତ ହେଉଛନ୍ତି।
ଗତକାଲି ସ୍ଥାନୀୟ ସ୍ୱପ୍ନେଶ୍ୱର ମନ୍ଦିରରେ ଜାଗର ଯାତ୍ରା ଅବସରରେ ରାଇସୁଙ୍ଗୁଡା ଗାଁର କିଛି ଲୋକ ସରବତ ପିଇବା ପରେ ହଠାତ ଅସୁସ୍ଥ ହୋଇ ପଡିଥିଲେ। ରାତିରେ ଝାଡାବାନ୍ତି ହେବାରୁ ସେମାନଙ୍କୁ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସାଲେପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ବି ଅନେକ ଆକ୍ରାନ୍ତ ଥିବାରୁ ରୋଗୀ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା ରହିଛି।
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos