କାଳ ହେଲା କି ଦ୍ରୁତ ଗତି? କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା; ୩ ମୃତ, ୪ ଗୁରୁତର

accident

ସମ୍ୱଲପୁର: ସମ୍ୱଲପୁର ଜିଲ୍ଲା ଟାଙ୍ଗରପାଲ୍ଲୀ ନିକଟରେ ଏନ୍‌ଏଚ୍‌-୫୩ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। କାର୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ମୃତକମାନେ ହେଉଛନ୍ତି କାର୍ ଚାଳକ ସତ୍ୟବ୍ରତ ନାୟକ, ସନ୍ତୋଷ ମହାନନ୍ଦ ଓ କ୍ରିଷ୍ଣା କନୱାର।

ମୃତ ଓ ଆହତ ସମସ୍ତେ ହୀରାକୁଦ ଅଞ୍ଚଳର ବୋଲି ଜଣାପଡ଼ିଛି। ଏମାନେ ପଡ଼ିଆବାହାଲରୁ ଫେରୁଥିଲେ।

Previous ArticleNext Article

Send this to a friend