ସମ୍ବଲପୁର: ବିଜେଡି ପକ୍ଷରୁ ଜୀବନ ବିନ୍ଦୁ ଶିବିର

jiban bindu

ସମ୍ବଲପୁର: ସମ୍ୱଲପୁରର ରାଧାନାଥ ରଥ କମ୍ୟୁନିଟି ସେଣ୍ଟରଠାରେ ବିଜେଡି ପକ୍ଷରୁ ମେଗା ରକ୍ତଦାନ ଶିବିର ‘ଜୀବନ ବିନ୍ଦୁ’ ଅନୁଷ୍ଠିତ ହୋଇଯାଇଛି। ସମ୍ୱଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ ଏହାକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶାସକ ଦଳ ଉପମୁଖ୍ୟ ସଚେତକ ତଥା ରେଢାଖୋଲ ବିଧାୟକ ରୋହିତ ପୂଜାରୀ, ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ଦଳୀୟ ନେତାମାନେ ଉପସ୍ଥିତ ଥିଲେ। ବହୁ ଦଳୀୟ କର୍ମୀ ରକ୍ତଦାନ ଶିବିରରେ ସାମିଲ ହୋଇ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ । ଶିବିରରେ ସଂଗୃହିତ ରକ୍ତ ବୁର୍ଲା ବଡ ମେଡିକାଲକୁ ପଠାଯିବ।

Previous ArticleNext Article

Send this to a friend