ସମ୍ୱଲପୁର ଜିଲ୍ଲାପାଳଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଫେସ୍‌ବୁକ୍‌ରେ ଲେଖିଲେ ଏମିତି କଥା

ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନାଁରେ ପୂର୍ବତନ ପତ୍ନୀ ଶୁଚି ସିଂହ ଆଣିଲେ ଗୁରୁତର ଅଭିଯୋଗ। ବର୍ମା ତାଙ୍କୁ ହଇରାଣ ହରକତ କରିବା ସହ ତାଙ୍କ କ୍ୟାରିୟର ବରବାଦ୍ କରିଦେବାକୁ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି। ଶୁଚି ସିଂହ ଏବେ ଆଲାଏଡ୍ ଅଫିସର ଭାବେ ରେଲୱେରେ କାର୍ଯ୍ୟରତ ଅଛନ୍ତି।

ସେ ଅଭିଯୋଗ କରିଛନ୍ତି, ବେଆଇନ ଭାବେ ବର୍ମା ତାଙ୍କ ଅଫିସିଆଲ ରେକର୍ଡ ହାସଲ କରିବାକୁ ଉଦ୍ୟମ କରିବା ସହ ସିଭିଲ ସର୍ଭିସ ପରୀକ୍ଷା ଦେବାରେ ବାଧା ସୃଷ୍ଟି କରୁଛନ୍ତି। ଶାରୀରିକ ନିର୍ଯାତନା ଦିଆଯାଉଥିବା ନେଇ ବର୍ମା ତାଙ୍କ ପରିବାର ନାଁରେ ମିଥ୍ୟା ମାମଲା ରୁଜୁ କରିବାକୁ ଧମକ ଦେଉଥିବା ଶୁଚି ସିଂହ ଫେସ୍‌ବୁକ୍‌ ପୋଷ୍ଟ କରିଛନ୍ତି। ଏନେଇ ସେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଶୁଚି ଅଭିଯୋଗ କରିଛନ୍ତି। ତେବେ ଏପରି ଅଭିଯୋଗକୁ ସମର୍ଥ ବର୍ମା ଖଣ୍ଡନ କରିଛନ୍ତି।

Previous ArticleNext Article

Send this to a friend