ସମ୍ବଲପୁରରେ ଡବଲ ମର୍ଡର, ୨ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ

ସମ୍ବଲପୁର(ଓଡିଶା ରିପୋର୍ଟର):  ପୁଣି ଅଶାନ୍ତ  ହୋଇଉଠିଛି ସମ୍ବଲପୁର। ହାଜତ ମୃତ୍ୟୁକୁ କେନ୍ଦ୍ରକରି ଅଇଁଠାପାଲି ଥାନାରେ ଲଙ୍କାକାଣ୍ଡର ୨ ମାସ ମଧ୍ୟରେ ଆଜି ସଂଗଠିତ ହୋଇଛି ଆଉ ଏକ ବୀଭତ୍ସ ହତ୍ୟାକାଣ୍ଡ। ହତ୍ୟାର ପ୍ରତିଶୋଧ ହତ୍ୟାରେ ନେଇ ଆତଙ୍କ ଖେଳାଇଛନ୍ତି ଅଭିଯୋଗକାରୀ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଠେଲ୍କୋପଡ଼ାରେ ଜଣଙ୍କୁ ହତ୍ୟା କରାଯାଇଥିଲା। ଏହାର କେଇ ଘଣ୍ଟା ମଧ୍ୟରେ ପ୍ରତିଶୋଧ ନେବାକୁ ଯାଇ ଅଭିଯୁକ୍ତ ଭାଇକୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରିଛନ୍ତି ଲୋକେ। ଏହି ଘଟଣାରେ ପୋଲିସ […]

pratisodh

pratisodh

Rakesh Mallick
  • Published: Monday, 02 April 2018
  • Updated: 02 April 2018, 11:21 PM IST

Sports

Latest News

ସମ୍ବଲପୁର(ଓଡିଶା ରିପୋର୍ଟର):  ପୁଣି ଅଶାନ୍ତ  ହୋଇଉଠିଛି ସମ୍ବଲପୁର। ହାଜତ ମୃତ୍ୟୁକୁ କେନ୍ଦ୍ରକରି ଅଇଁଠାପାଲି ଥାନାରେ ଲଙ୍କାକାଣ୍ଡର ୨ ମାସ ମଧ୍ୟରେ ଆଜି ସଂଗଠିତ ହୋଇଛି ଆଉ ଏକ ବୀଭତ୍ସ ହତ୍ୟାକାଣ୍ଡ। ହତ୍ୟାର ପ୍ରତିଶୋଧ ହତ୍ୟାରେ ନେଇ ଆତଙ୍କ ଖେଳାଇଛନ୍ତି ଅଭିଯୋଗକାରୀ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଠେଲ୍କୋପଡ଼ାରେ ଜଣଙ୍କୁ ହତ୍ୟା କରାଯାଇଥିଲା। ଏହାର କେଇ ଘଣ୍ଟା ମଧ୍ୟରେ ପ୍ରତିଶୋଧ ନେବାକୁ ଯାଇ ଅଭିଯୁକ୍ତ ଭାଇକୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରିଛନ୍ତି ଲୋକେ। ଏହି ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିବା ସହ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି।

ଆଜି ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଠେଲ୍କୋପଡ଼ାର ଏକ ଚା' ଦୋକାନକୁ ଚା ପିଇବାକୁ ଆସିଥିଲେ ସୁଜିତ ନାଗ। ଆଉ ଏହି ସମୟରେ ଠେଲ୍କୋପଡ଼ାର ପାଣ୍ଡବ ମୁଖୀ ଏବଂ ତାର ୫ରୁ ୬ଜଣ ସହଯୋଗୀ ଆସି ସଂଘବଦ୍ଧ ଆକ୍ରମଣ କରିଥିଲେ। ପରେ ସୁଜିତଙ୍କୁ ଗୁରୁତର ଅବସ୍ଥାରେ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବି ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ସୁଜିତଙ୍କ ସମ୍ପର୍କୀୟ ଡାକ୍ତରଖାନାରେ ହୋହାଲ୍ଲା କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପାଣ୍ଡବ ଏହି ହତ୍ୟାକାଣ୍ଡ ଭିଆଇଛନ୍ତି ବୋଲି ଜଣାପଡିଛି।

ଏଣେ ପ୍ରତିଶୋଧର ନିଆଁ ଜଳୁଥିଲା ମୃତ ସୁଜିତଙ୍କ ଗୋଷ୍ଠିର ଲୋକେ। ପ୍ରତିଶୋଧ ପରାୟଣ ଏହି ଗୋଷ୍ଠି ପହଞ୍ଚିଥିଲା ଅଭିଯୁକ୍ତ ପାଣ୍ଡବ ମୁଖୀଙ୍କ ଘରେ। ସେଠାରେ ସଂଘବଦ୍ଧ ହୋଇ ଧାଇଁ ଆସିଥିବା ଲୋକେ ପାଣ୍ଡବଙ୍କ ଘରେ ନିଆଁ ଲଗାଇଦେଇଥିଲେ। ପାଣ୍ଡବଙ୍କୁ ଘରେ ନ ପାଇ ତାଙ୍କ ଭାଇ ଶଙ୍କର ମୁଖୀଙ୍କୁ ଅତି ବୀଭତ୍ସ ଭାବେ ଦାଣ୍ଡରେ ହାଣି ହତ୍ୟା କରିଦେଲେ। ସେପଟେ ସୁଜିତ୍ ନାଗଙ୍କୁ ହତ୍ୟା ଅଭିଯୋଗରେ ପୋଲିସ ମୁଖ୍ୟ ଅଭିଯୁକ୍ତ ପାଣ୍ଡବ ମୁଖୀଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ସହଯୋଗୀଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି। ତା'ସହ ୨ଟି ହତ୍ୟା ମାମଲା ରୁଜୁ କରି ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି। ଡବଲ୍ ମର୍ଡ଼ର ପରେ ଠେଲ୍କୋପଡ଼ା ଏବଂ ଟାଉନ ଥାନା ସାମ୍ନାରେ ଉତ୍ତେଜନା ଆଶଙ୍କାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos