ପୋଲିସ-ଆଇନ୍‌ଜୀବୀ ଧସ୍ତାଧସ୍ତି, ୧୫୦ ଗିରଫ

ସମ୍ୱଲପୁର (ସଞ୍ଜୟ ଜେନା): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ହୋଇଆସୁଛି। ମାତ୍ର ଆଜି ପର୍ଯ୍ୟନ୍ତ ସେମାନଙ୍କ ଦାବିକୁ କେହି ଶୁଣୁନାହାନ୍ତି। ଏହାର ପ୍ରତିବାଦରେ ଆଜି ଓକିଲମାନେ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସମ୍ୱଲପୁର ଗସ୍ତକୁ ବିରୋଧ କରିଛନ୍ତି। ଆଇନ୍‌ଜୀବୀମାନେ କଳା ପତାକା ଧରି ବିଶାଳ ଶୋଭାଯାତ୍ରାରେ ଯାଉଥିବା ବେଳେ ରାସ୍ତାରେ ପୋଲିସ ସେମାନଙ୍କୁ ଅଟକାଇ ଥିଲା। ଫଳରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି ପୋଲିସ ୧୫୦ରୁ ଅଧିକଙ୍କ ଆଇନ୍‌ଜୀବୀଙ୍କୁ ଗିରଫ କରିଛି।

ସମ୍ୱଲପୁର ଜିଏମ୍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ଉତ୍ସବରେ ଯୋଗଦେବା ପାଇଁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଯାଉଥିଲେ। ଏହାକୁ ବିରୋଧ କରି ଆଇନ୍‌ଜୀବୀମାନେ କଳା ପତାକା ଧରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଗିରଫ ହୋଇଛନ୍ତି। ଆଗାମୀ ଦିନରେ ରାଜ୍ୟ ଓ କେନ୍ଦ୍ରର ମନ୍ତ୍ରୀଙ୍କ ସମ୍ୱଲପୁର ଗସ୍ତକୁ ବିରୋଧ କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।

ଆନ୍ଦୋଳନକାରୀ କହିଛନ୍ତି-“ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଆମେ ଦୀର୍ଘ ଦିନରୁ ଦାବି କରିଆସୁଛୁ। ହେଲେ ରାଜ୍ୟ ସରକାର ହେଉ ବା କେନ୍ଦ୍ର ସରକାର ଆମ ଦାବି ଶୁଣୁ ନାହାନ୍ତି। ତେଣୁ କେନ୍ଦ୍ର ଓ ରାଜ୍ୟର ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରାଯିବ।”

Previous ArticleNext Article

Leave a Reply

Send this to a friend