ମହାନଦୀକୁ ନେଇ ହେବ ଗବେଷଣା

ସମ୍ୱଲପୁର(ସମୀର ଷଢଙ୍ଗୀ): ମହାନଦୀକୁ ନେଇ ହେବ ଗବେଷଣା।  ଏହି ନଦୀକୁ ଆବଣ୍ଟନ ନେଇ ଓଡ଼ିଶା ଏବଂ ଛତିଶଗଡ ମଧ୍ୟରେ ବାଦ ବିବାଦ ପରେ ଏବେ ଏଭଳି ପଦକ୍ଷେପ ନେଇଛି ସମ୍ବଲପୁର ବିଶ୍ୱବିଦ୍ୟାଳୟ। ପ୍ରାୟ ୧୦ରୁ ଅଧିକ ଉତ୍ସ ଉପରେ ହେବାକୁ ଥିବା ଏହି ଗବେଷଣା ବର୍ଷେ ଧରି ଚାଲିବ। ଡାଟା ବେସ ଉପରେ ହେବାକୁ ଥିବା ଏହି ଗବେଷଣାରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ୧୮ଜଣ ପ୍ରଫେସର ନିୟୋଜିତ ହେବେ। ସେମାନଙ୍କୁ ଗାଇଡ କରିବେ ୪ଜଣ ବାହାର ବିଶ୍ୱବିଦ୍ୟାଳୟର […]

mahanadi

mahanadi

Rakesh Mallick
  • Published: Sunday, 20 May 2018
  • Updated: 21 May 2018, 01:54 PM IST

ସମ୍ୱଲପୁର(ସମୀର ଷଢଙ୍ଗୀ): ମହାନଦୀକୁ ନେଇ ହେବ ଗବେଷଣା।  ଏହି ନଦୀକୁ ଆବଣ୍ଟନ ନେଇ ଓଡ଼ିଶା ଏବଂ ଛତିଶଗଡ ମଧ୍ୟରେ ବାଦ ବିବାଦ ପରେ ଏବେ ଏଭଳି ପଦକ୍ଷେପ ନେଇଛି ସମ୍ବଲପୁର ବିଶ୍ୱବିଦ୍ୟାଳୟ। ପ୍ରାୟ ୧୦ରୁ ଅଧିକ ଉତ୍ସ ଉପରେ ହେବାକୁ ଥିବା ଏହି ଗବେଷଣା ବର୍ଷେ ଧରି ଚାଲିବ। ଡାଟା ବେସ ଉପରେ ହେବାକୁ ଥିବା ଏହି ଗବେଷଣାରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ୧୮ଜଣ ପ୍ରଫେସର ନିୟୋଜିତ ହେବେ। ସେମାନଙ୍କୁ ଗାଇଡ କରିବେ ୪ଜଣ ବାହାର ବିଶ୍ୱବିଦ୍ୟାଳୟର ଆଡଭାଇଜର।

ଛତିଶଗଡ କଲମା ବ୍ୟାରେଜରୁ ଆରମ୍ଭ ହେବାକୁ ଥିବା ଏହି ଗବେଷଣାରେ ମହାନଦୀ ଉପର ମୁଣ୍ଡ ଏବଂ ତଳ ମୁଣ୍ଡରେ ବସବାସ କରୁଥିବା ଜନବସତି ଉପରେ ଏହାର କି ପ୍ରଭାବ ପଡୁଛି, ସେନେଇ ଡାଟା ସଂଗ୍ରହ କରାଯିବ। ଏହାସହ ପରିବେଶ ପ୍ରଦୂଷଣ ଏବଂ ମହାନଦୀ ଉପରେ ନିର୍ଭର କରି ଚଳୁଥିବା ଚାଷୀଙ୍କ ଉପରେ ଏହାର କ’ଣ ପ୍ରଭାବ ପଡୁଛି ସେ ନେଇ ଟିମ୍ ଅନୁଧ୍ୟାନ କରିବ। ପ୍ରାୟ ୧୦ରୁ ଅଧିକ ଉତ୍ସ ଉପରେ ଡାଟା ସଂଗ୍ରହ କରାଯିବ।

ଆସନ୍ତା ଜୁନ ୯ ତାରିଖରୁ ପ୍ରାୟ ଏକ ବର୍ଷ ଧରି ଏହି ଗବେଷଣା ଚାଲିବ।  ୨୦୧୯ ଜୁନ୍ ସୁଦ୍ଧା ମହାନଦୀକୁ ନେଇ ସମସ୍ତ ତଥ୍ୟ ସଂଗ୍ରହ କରାଯିବା ପରେ ବିଶ୍ୱବିଦ୍ୟାଳୟ ତରଫରୁ ଏହାକୁ ପ୍ରକାଶନ କରାଯିବ। ଏଥିପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମସ୍ତ ଖର୍ଚ୍ଚ ବହନ କରିବ ବୋଲି ଜଣାପଡ଼ିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos