ଇଚ୍ଛାମୃତ୍ୟୁ ପାଇଁ ଗୁହାରି କଲେ ହାଡ଼ୁ

<p>ସମ୍ୱଲପୁର (ଓଡ଼ିଶା ରିପୋର୍ଟର): &ldquo;ମୁଁ ଶ୍ରୀମତି ରୀମା ପଟ୍ଟନାୟକ। ମୋ ସ୍ୱାମୀ ହାଡୁ ପଟ୍ଟନାୟକ ରିକ୍ସା ଚଲାଇ ପରିବାର ଭରଣ ପୋଷଣ କରନ୍ତି। ମୁଁ ଅନ୍ୟ ଲୋକଙ୍କ ଘରେ ବାସନ ମାଜି ଦୁଇ ପଇସା ରୋଜଗାର କରେ। ମୋର ବଡ଼ ପୁଅ ଅଟୋ ଚଲାଏ, ସେ ପରିବାରଠୁ ଦୂରରେ ରୁହେ। ସାନ ପୁଅ ରିଙ୍କୁ ୪ବର୍ଷ ତଳେ ଜଣ୍ଡିସରେ ପ୍ରାଣ ହରାଇଥିଲା। ସାନ ପୁଅର ମୃତ୍ୟୁ ପରେ ତା&rsquo;ର ତିନିଟି ସନ୍ତାନ ମୋ ପାଖରେ ଅଛନ୍ତି। ସ୍ୱାମୀ ଗତ ୮ମାସ ହେବ ବ୍ରେନ୍&zwnj; କ୍ୟାନସରରେ ପୀଡିତ ହେଲେ। ତାଙ୍କ ଚିକିତ୍ସା ପାଇଁ ବୁର୍ଲା ମେଡିକାଲ ନେଇଥିଲି। ତେବେ ମେଡିକାଲ କର୍ତ୍ତୃପକ୍ଷ ମୋତେ ଫେରାଇ ଦେଲେ। କହିଲେ ହାଡୁର ଚିକିତ୍ସା ଏଠି ହୋଇପାରିବ ନାହିଁ। ମୋ ସ୍ୱାମୀଙ୍କର ଆଉ ବଞ୍ଚିବା ପାଇଁ ଚାହୁଁ ନାହାନ୍ତି। କାରଣ ତାଙ୍କର ଶରୀର ଅଧା ଷଢି ଗଲାଣି। ତେଣୁ ମୁଁ ମୋ ସ୍ୱାମୀଙ୍କ ଇଚ୍ଛା ମୃତ୍ୟୁ ପାଇଁ ଦରଖାସ୍ତ କରୁଛନ୍ତି।&rdquo; ନିଜ ସ୍ୱାମୀଙ୍କ ଇଚ୍ଛା ମୃତ୍ୟୁ ପାଇଁ ସମ୍ୱଲପୁର ଜିଲ୍ଲାପାଳଙ୍କ ଏପରି ଆକୁଳ ନିବେଦନ କରିଛନ୍ତି ରୀମା।</p> <p>ସମ୍ବଲପୁରର ହାଡୁ ପଟ୍ଟନାୟକ ନାମକ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି। କ୍ୟାନସରରେ ଆକ୍ରାନ୍ତ ହୋଇ ସେ ଗତ ୬ମାସ ହେଲା ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଯନ୍ତ୍ରଣା ଅସହ୍ୟ ହେବାଥିବାରୁ ଆଉ ଜୀବନ ପ୍ରତି ଲୋଭ ନାହିଁ। ତେଣୁ ଖୁବ ଶୀଘ୍ର ସଂସାରରୁ ଚାଲିଯିବାକୁ ନିଜ ସ୍ତ୍ରୀ ମାଧ୍ୟମରେ ହାଡୁ ଜିଲ୍ଲାପାଳଙ୍କ ନିକଟରେ ଇଚ୍ଛାମୃତ୍ୟୁ ପାଇଁ ନିବେଦନ କରଛନ୍ତି। ଜିଲ୍ଲାପାଳ ରେଡକ୍ରସ ପାଣ୍ଠିରୁ ତୁରନ୍ତ ୩୦ହଜାର ଟଙ୍କା ପ୍ରଦାନ କରିବା ସହ ଚିକିତ୍ସା ପାଇଁ ଜଣେ ଅଭିଜ୍ଞ ଡାକ୍ତରଙ୍କୁ ପଠାଇବାର ବ୍ୟବସ୍ଥା କରିଛନ୍ତି।</p>

Ordigital Desk
  • Published: Tuesday, 10 April 2018
  • Updated: 10 April 2018, 07:45 PM IST

Sports

Latest News

<p>ସମ୍ୱଲପୁର (ଓଡ଼ିଶା ରିପୋର୍ଟର): &ldquo;ମୁଁ ଶ୍ରୀମତି ରୀମା ପଟ୍ଟନାୟକ। ମୋ ସ୍ୱାମୀ ହାଡୁ ପଟ୍ଟନାୟକ ରିକ୍ସା ଚଲାଇ ପରିବାର ଭରଣ ପୋଷଣ କରନ୍ତି। ମୁଁ ଅନ୍ୟ ଲୋକଙ୍କ ଘରେ ବାସନ ମାଜି ଦୁଇ ପଇସା ରୋଜଗାର କରେ। ମୋର ବଡ଼ ପୁଅ ଅଟୋ ଚଲାଏ, ସେ ପରିବାରଠୁ ଦୂରରେ ରୁହେ। ସାନ ପୁଅ ରିଙ୍କୁ ୪ବର୍ଷ ତଳେ ଜଣ୍ଡିସରେ ପ୍ରାଣ ହରାଇଥିଲା। ସାନ ପୁଅର ମୃତ୍ୟୁ ପରେ ତା&rsquo;ର ତିନିଟି ସନ୍ତାନ ମୋ ପାଖରେ ଅଛନ୍ତି। ସ୍ୱାମୀ ଗତ ୮ମାସ ହେବ ବ୍ରେନ୍&zwnj; କ୍ୟାନସରରେ ପୀଡିତ ହେଲେ। ତାଙ୍କ ଚିକିତ୍ସା ପାଇଁ ବୁର୍ଲା ମେଡିକାଲ ନେଇଥିଲି। ତେବେ ମେଡିକାଲ କର୍ତ୍ତୃପକ୍ଷ ମୋତେ ଫେରାଇ ଦେଲେ। କହିଲେ ହାଡୁର ଚିକିତ୍ସା ଏଠି ହୋଇପାରିବ ନାହିଁ। ମୋ ସ୍ୱାମୀଙ୍କର ଆଉ ବଞ୍ଚିବା ପାଇଁ ଚାହୁଁ ନାହାନ୍ତି। କାରଣ ତାଙ୍କର ଶରୀର ଅଧା ଷଢି ଗଲାଣି। ତେଣୁ ମୁଁ ମୋ ସ୍ୱାମୀଙ୍କ ଇଚ୍ଛା ମୃତ୍ୟୁ ପାଇଁ ଦରଖାସ୍ତ କରୁଛନ୍ତି।&rdquo; ନିଜ ସ୍ୱାମୀଙ୍କ ଇଚ୍ଛା ମୃତ୍ୟୁ ପାଇଁ ସମ୍ୱଲପୁର ଜିଲ୍ଲାପାଳଙ୍କ ଏପରି ଆକୁଳ ନିବେଦନ କରିଛନ୍ତି ରୀମା।</p><p>ସମ୍ବଲପୁରର ହାଡୁ ପଟ୍ଟନାୟକ ନାମକ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି। କ୍ୟାନସରରେ ଆକ୍ରାନ୍ତ ହୋଇ ସେ ଗତ ୬ମାସ ହେଲା ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଯନ୍ତ୍ରଣା ଅସହ୍ୟ ହେବାଥିବାରୁ ଆଉ ଜୀବନ ପ୍ରତି ଲୋଭ ନାହିଁ। ତେଣୁ ଖୁବ ଶୀଘ୍ର ସଂସାରରୁ ଚାଲିଯିବାକୁ ନିଜ ସ୍ତ୍ରୀ ମାଧ୍ୟମରେ ହାଡୁ ଜିଲ୍ଲାପାଳଙ୍କ ନିକଟରେ ଇଚ୍ଛାମୃତ୍ୟୁ ପାଇଁ ନିବେଦନ କରଛନ୍ତି। ଜିଲ୍ଲାପାଳ ରେଡକ୍ରସ ପାଣ୍ଠିରୁ ତୁରନ୍ତ ୩୦ହଜାର ଟଙ୍କା ପ୍ରଦାନ କରିବା ସହ ଚିକିତ୍ସା ପାଇଁ ଜଣେ ଅଭିଜ୍ଞ ଡାକ୍ତରଙ୍କୁ ପଠାଇବାର ବ୍ୟବସ୍ଥା କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos