ବିଶ୍ୱଶାନ୍ତିର ବାର୍ତ୍ତା ଦେଇ ସୁଦର୍ଶନ ତିଆରି କଲେ ଶାଣ୍ଟାକ୍ଲଜ

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବିଶ୍ୱର ବଡ଼ ଶାଣ୍ଟାକ୍ଲଜ ତିଆରି କରିଛନ୍ତି। ଏହି ବାଲୁକାକଳା ମାଧ୍ୟମରେ ସେ ବିଶ୍ୱଶାନ୍ତିର ବାର୍ତ୍ତା ଦେଇଛନ୍ତି। ଶ୍ରୀକ୍ଷେତ୍ର ଆସୁଥିବା ପର୍ଯ୍ୟଟକମାନେ ଏହି ବାଲୁକା କଳାକୁ ମନୋଭରୀ ଉପଭୋଗ କରୁଛନ୍ତି।

ପୁରୀ ବେଳାଭୂମିରେ ତିଆରି ହୋଇଥିବା ଶାଣ୍ଟାକ୍ଲଜର ଉଚ୍ଚତା ୨୫ ଫୁଟ୍‌ ଓ ଲମ୍ୱ ୫୦ ଫୁଟ। ଲିମ୍‌କା ବୁକ୍‌ରେ ସ୍ଥାନ ପାଇବା ଲକ୍ଷ୍ୟରେ ୪୦ ଜଣ ଶିଳ୍ପୀ ଶାଣ୍ଟା ନିର୍ମାଣ କରିଛନ୍ତି। ଏଥିପାଇଁ ୩୫ ଘଣ୍ଟା ସମୟ ନେଇଥିଲା।

Previous ArticleNext Article

Send this to a friend