ଗଣମାଧ୍ୟମ ଉପରେ ବର୍ଷିଲେ ସଞ୍ଜୟ

sanjay-dasburma

sanjay-dasburmaଭୁବନେଶ୍ୱର: ସାରା ରାଜ୍ୟ ଉତ୍କଟ ମରୁଡ଼ି ସ୍ଥିତି ଦେଇ ଗତି କରୁଥିବା ବେଳେ ଗଣମାଧ୍ୟମ ପାଜେରୋ ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ଦେଉଥିଲା ବୋଲି ଆଜି କ୍ଷୋଭ ପ୍ରକାଶ କରିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା।

ପୁରୀରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହିତ ଅନୌପଚାରିକ ଆଲୋଚନା ବେଳେ ଏ ପ୍ରସଙ୍ଗ ନେଇ ଗଣମାଧ୍ୟମଗୁଡ଼ିକୁ ସମାଲୋଚନା କରିଥିଲେ ଦାସବର୍ମା। ସେ ବିଶେଷ କରି ଓଟିଭିକୁ ସମାଲୋଚନା କରିଥିଲେ। ଓଟିଭି ବିଧାନସଭାର ବଜେଟ୍ ଅଧିବେଶନକୁ ଏଡ଼ାଇ ଯାଇ ତାଙ୍କୁ ନେଇ ସୃଷ୍ଟି ହୋଇଥିବା ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ଦେଉଥିଲା ବୋଲି ସେ କହିଥିଲେ।

ଦାସବର୍ମା କହିଥିଲେ,“ପୂରା ରାଜ୍ୟ ଉତ୍କଟ ମରୁଡ଼ି ସ୍ଥିତି ଦେଇ ଗତି କରୁଥିବା ବେଳେ ସମସ୍ତ ଗଣମାଧ୍ୟମ ପାଜେରୋ ପ୍ରସଙ୍ଗରେ ପଡ଼ିଥିଲା। ଓଟିଭି ୯୦,୦୦୦ କୋଟିର ବଜେଟ୍‌କୁ ଗୁରୁତ୍ୱ ନ ଦେଇ ୨୦ ଲକ୍ଷ ଟଙ୍କାର ପାଜେରୋ ପ୍ରସଙ୍ଗ ପଛରେ ପଡ଼ିଥିଲା। ବଜେଟ୍ ପାସ୍ ହେବା ଦିନ ଏହି ଚ୍ୟାନେଲ୍‌ ତା’ର ପ୍ରାଇମ୍ ଟାଇମ୍‌ରେ ପାଜେରୋ ପ୍ରସଙ୍ଗରେ ୧୨ ମିନିଟ୍ ଖବର ପ୍ରସାରଣ କରିଥିଲା।”

ଚିଟ୍‌ଫଣ୍ଡ୍‌ ସଂସ୍ଥା ଅର୍ଥତତ୍ତ୍ୱ ସହିତ ଲିଙ୍କ୍ ଅଭିଯୋଗରେ ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ଦାବି କରି ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ ଚଳିତ ବିଧାନସଭାକୁ ଅଚଳ କରି ଆସୁଛନ୍ତି।

Previous ArticleNext Article

Send this to a friend