ଚାବି ହଜିବା ଘଟଣାରେ ମୁହଁ ଖୋଲିଲେ ଶଙ୍କରାଚାର୍ଯ୍ୟ

ପୁରୀ(ଓଡିଶା ରିପୋର୍ଟର): ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି  ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ସେ କହିଛନ୍ତି,  ରତ୍ନଭଣ୍ଡାରର ବ୍ୟବସ୍ଥା କେବେଠୁ ରହିଛି ସେନେଇ ସମୀକ୍ଷା କରାଯିବା ଉଚିତ୍‌। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ କୋଠରୀର ଚାବି ହଜିବା ଛୋଟିଆ କଥା ନୁହେଁ। ଏଣୁ  ହାଇକୋର୍ଟର ମୁଖ୍ୟ ବିଚାରପତି, ସଂସ୍କୃତି ଓ ଆଇନ ମନ୍ତ୍ରୀ, ଶ୍ରୀମନ୍ଦିର ମୁଖ୍ୟ  ପ୍ରଶାସକ, ପୁରୀ ଗଜପତି ଓ ସେବାୟତଙ୍କୁ ନେଇ ସମୀକ୍ଷା ହେଉ ବୋଲି  ସେ କହିଛନ୍ତି। […]

sankar

sankar

Rakesh Mallick
  • Published: Wednesday, 06 June 2018
  • Updated: 06 June 2018, 06:43 AM IST

Sports

Latest News

ପୁରୀ(ଓଡିଶା ରିପୋର୍ଟର): ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି  ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ସେ କହିଛନ୍ତି,  ରତ୍ନଭଣ୍ଡାରର ବ୍ୟବସ୍ଥା କେବେଠୁ ରହିଛି ସେନେଇ ସମୀକ୍ଷା କରାଯିବା ଉଚିତ୍‌। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ କୋଠରୀର ଚାବି ହଜିବା ଛୋଟିଆ କଥା ନୁହେଁ। ଏଣୁ  ହାଇକୋର୍ଟର ମୁଖ୍ୟ ବିଚାରପତି, ସଂସ୍କୃତି ଓ ଆଇନ ମନ୍ତ୍ରୀ, ଶ୍ରୀମନ୍ଦିର ମୁଖ୍ୟ  ପ୍ରଶାସକ, ପୁରୀ ଗଜପତି ଓ ସେବାୟତଙ୍କୁ ନେଇ ସମୀକ୍ଷା ହେଉ ବୋଲି  ସେ କହିଛନ୍ତି। ଶ୍ରୀମନ୍ଦିରର ଆଧ୍ୟାତ୍ମିକ ନେତୃତ୍ୱକୁ  ଶ୍ରୀହୀନ କରିବା ପାଇଁ ଚେଷ୍ଟା କରାଯାଉଥିବା କହିଛନ୍ତି ଜଗଦ୍‌ଗୁରୁ।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି କିଏ ରଖିବେ,  ସମ୍ପତ୍ତି କିଏ ଯାଞ୍ଚ କରିବେ ସେଥିପାଇଁ ରହିଛି ସ୍ୱତନ୍ତ୍ର ଆଇନ। ୧୯୬୦ ମସିହା ଜଗନ୍ନାଥ ଟେମ୍ପଲ୍ ରୁଲ୍ସରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ପ୍ରତି ୬ ମାସରେ ଥରେ ଏହାର ଯାଞ୍ଚ ହେବ। କଥା। ହେଲେ ୧୯୮୫ ମସିହା ପରଠାରୁ ଏହି ସାମ୍ବିଧାନିକ ଦାୟିତ୍ୱ ନିର୍ବାହ କରିବାରେ ଅବହେଳା କରିଛି ଶ୍ରୀମନ୍ଦିର ପ୍ରଶାସନ। ଏବେ ଚାବି ହଜିବା ପରେ ଘଟଣା ତୀବ୍ର ରୂପ ନେଇଥିବା ବେଳେ ଚାବି ଖୋଜିବାକୁ ସରକାର ଗଢିଛନ୍ତି କମିଟି। ହେଲେ ଚାବି ହଜିବା ସମ୍ପର୍କରେ ଜାଣିବା ପରେ ମଧ୍ୟ ସରକାର କାହିଁକି ଦୀର୍ଘଦିନ ଧରି ଚୁପ୍‌ ରହିଥିଲେ ତାକୁ ନେଇ ଉଠିଛି ପ୍ରଶ୍ନବାଚୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos