ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ କ୍ଷୋଭ ପ୍ରକାଶ କଲେ ଶଙ୍କରାଚାର୍ଯ୍ୟ

shankaracharya

ପୁରୀ (ମଧୁସୂଦନ ମିଶ୍ର): ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ଏପରି ଖାମଖିଆଲ କାର୍ଯ୍ୟକୁ ସମସ୍ତେ ନିନ୍ଦା କରୁଛନ୍ତି।  ଏହି ଘଟଣାକୁ ନେଇ ପୁରୀ ଶଙ୍କରାଚାର୍ଯ୍ୟ କ୍ଷୋଭ ପ୍ରକାଶ କରିଛନ୍ତି। କେଉଁ ପରିସ୍ଥିତିରେ ଚାବି ହଜିଲା, ତା’ର ଅନୁଧ୍ୟାନ କରିବାକୁ ସେ ଦାବି କରିଛନ୍ତି।

ସେପଟେ ପୁରୀ ସିଂହଦ୍ୱାର ସମ୍ମୁଖରେ ଜଗନ୍ନାଥ ସେନା ବିକ୍ଷୋଭ କରିଛି। ସଚେତନ ନାଗରିକ ମଞ୍ଚ ପକ୍ଷରୁ ମଧ୍ୟ ବିକ୍ଷୋଭ କରାଯାଇଛି। ରତ୍ନଭଣ୍ଡାର ଭିତର ଚାବି ହଜିବା ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରିଛି ମଞ୍ଚ।

Previous ArticleNext Article

Send this to a friend