ଇନ୍ଦିରା ଆବାସ ଦେବାକୁ କହି ମହିଳାଙ୍କୁ ସରପଞ୍ଚଙ୍କ ଦୁଷ୍କର୍ମ ଅଭିଯୋଗ

jajpur

ଯାଜପୁର (ଓଡ଼ିଶା ରିପୋର୍ଟର): ଇନ୍ଦିରା ଆବାସ ଦେବା ଲାଗି କହି ମହିଳାଙ୍କୁ ସରପଞ୍ଚଙ୍କ ଦୁଷ୍ମର୍ମ କରିଥିବା ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବାଲିଚନ୍ଦ୍ରପୁର ଥାନା ମଝିପଡ଼ା ପଞ୍ଚାୟତରୁ। ସରପଞ୍ଚ ତାପସ ରାୟ ମଝିପଡ଼ା ଗାଁର ଜଣେ ମହିଳାଙ୍କୁ ଇନ୍ଦିରା ଆବାସ କରାଇ ଦେବାକୁ କହି ଦୁଷ୍କର୍ମ ଉଦ୍ୟମ କରିଥିବା ଥାନାରେ ଅଭିଯୋଗ ହୋଇଛି। ଏପରିକି ସରପଞ୍ଚ ତାଙ୍କୁ ଫୋନ ଯୋଗେ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି ମହିଳା।

ବାଲିଚନ୍ଦ୍ରପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯିବା ସହ ଚଣ୍ଡିଖୋଲ ମାଜିଷ୍ଟେଟଙ୍କ ନିକଟରେ ୧୬୪ ବୟାନ ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ ଅଭିଯୁକ୍ତ ସରପଞ୍ଚ ଫେରାର୍ ଥିବାରୁ ଗିରଫ କରାଯାଇପାରିନାହିଁ। ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ଏସଡ଼ିପିଓ କହିଛନ୍ତି।

Previous ArticleNext Article

Send this to a friend