ଜାତିଆଣ ମନ୍ତବ୍ୟ ନେଇ ସ୍ୱତନ୍ତ୍ର ଏସ୍‌ସିଏସ୍‌ଟି କୋର୍ଟରେ ହାଜର ହେଲେ ସାରଥି

sarathi

କଟକ: ଜାତିଆଣ ମନ୍ତବ୍ୟ ନେଇ ସନ୍ତୋଷ ରାଉଳ ଓରଫ ସାରଥିଙ୍କୁ ଆଜି ଭିଡିଓ କନଫରେନସିଂ ଜରିଆରେ କଟକର ସ୍ୱତନ୍ତ୍ର ଏସ୍‌ସିଏସ୍‌ଟି କୋର୍ଟରେ ହାଜର କରାଯାଇଥିଲା। କ୍ରାଇମବ୍ରାଞ୍ଚର କେସ୍ ନମ୍ବର ୧୭/୨୦୧୫ରେ ସାରଥିଙ୍କୁ ହାଜର କରାଯାଇଥିଲା। ପୂର୍ବରୁ ଏହି ମାମଲାର ବିଚାର ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ଆଜି ମାମଲାର କୌଣସି ଶୁଣାଣି କରାଯାଇନି। କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଥିଲା।

ସାରଥିଙ୍କ ଓକିଲ ରଶ୍ମୀରଞ୍ଜନ ମିଶ୍ର କହିଛନ୍ତି,“ଜାତିଆଣ ମନ୍ତବ୍ୟ ନେଇ ସାରଥିଙ୍କୁ ଭିଡିଓ କନଫରେନସିଂ ଜରିଆରେ ସ୍ୱତନ୍ତ୍ର ଏସ୍‌ସିଏସ୍‌ଟି କୋର୍ଟରେ ହାଜର କରାଯାଇଥିଲା। ଜୁନ ୬ରେ ମାମଲାର  ପରବର୍ତ୍ତୀ ଶୁଣାଣି  କରାଯିବ।”

Previous ArticleNext Article

Send this to a friend