ଏସ୍‌ସିବିର ୧୦୦ ସିଟ୍‌ ବାତିଲ ହେବ ନାହିଁ: ସ୍ୱାସ୍ଥ୍ୟମନ୍ତ୍ରୀ

pradeep

କଟକ: ଆଜି ସ୍ୱାସ୍ଥମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏସସିବି ମେଡିକାଲ  ପରିଦର୍ଶନରେ ଯାଇ ଅଧ୍ୟକ୍ଷ ଏବଂ ଅଧ୍ୟକ୍ଷକଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ଏସସିବିର ଭିତ୍ତିଭୂମିର ବିକାଶ ସହ ଏମସିଆଇ ରିପୋର୍ଟ ବାବଦରେ ଅମାତ ଆଲୋଚନା କରିଥିଲେ।

ଏମସିଆଇର ଗାଇଡଲାଇନ ଅନୁଯାୟୀ ଏସସିବି ସମସ୍ତ ପ୍ରକାର ନିୟମାବଳୀ ପୂରଣ କରୁଥିବା ସ୍ୱାସ୍ଥମନ୍ତ୍ରୀ କହିଛନ୍ତି। ଏହାସହ ଏସସିବିରୁ ୧୦୦ ସିଟ୍‌ ବାତିଲ ହେବା ଆଶଙ୍କା ଅମୂଳକ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି,“ଏସସିବିର ଭିତ୍ତିଭୂମି ବିକାଶର ତଦାରଖ କରାଯିବା ସହ ଏହାର ଫଟୋ ଓ ଭିଡିଓ ସିଡି ଏମସିଆଇକୁ ପଠାଯିବ।”

 

Previous ArticleNext Article

Send this to a friend