ମଧ୍ୟାହ୍ନ ଭୋଜନକୁ ନେଇ ଫୁଡ୍‌ କମିଶନ-ଗଣଶିକ୍ଷା ବିଭାଗ ମୁହାଁମୁହିଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଛି। କିଛି ଦିନ ତଳେ ଫୁଡ୍‌ କମିଶନ ଏପରି ଆପତ୍ତି ଉଠାଇ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଥିଲା। ଏବେ ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଫୁଡ୍ କମିଶନ ଓ ଗଣଶିକ୍ଷା ବିଭାଗ। ନିମ୍ନମାନର ମଧ୍ୟାହ୍ନ ଭୋଜନ ନେଇ ଫୁଡ୍ କମିଶନଙ୍କ ଚିଠି ଉପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର।

ସେ କହିଛନ୍ତି-“ଖାଦ୍ୟ ଆୟୋଗଙ୍କୁ ସବିଶେଷ ରିପୋର୍ଟ ମାଗାଯାଇଛି। କେଉଁ ଆଧାରରେ ନିମ୍ନମାନର କହାଯାଉଛି, ଫୁଡ୍‌ କମିଶନ୍‌ ତାହାର ତଥ୍ୟ ଦିଅନ୍ତୁ।”

ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଫୁଡ୍‌ କମିଶନ। ଫୁଡ କମିଶନ ସଦସ୍ୟା ସିପ୍ରା ମଲ୍ଲିକ କହିଛନ୍ତି-“ଫୁଡ ଆନାଲିଷ୍ଟଙ୍କ ତଥ୍ୟ ଆଧାରରେ ଚିଠି ହୋଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ସବିଶେଷ ତଥ୍ୟ ଯୋଗାଇ ଦିଆଯିବ।”

ମଧ୍ୟାହ୍ନ ଭୋଜନ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ କିଛିଦିନ ତଳେ ରାଜ୍ୟ ଫୁଡ କମିଶନ ସ୍କୁଲ୍ ଓ ଗଣଶିକ୍ଷା ବିଭାଗକୁ ଚିଠି ଦେଇଥିଲେ।

Previous ArticleNext Article

Send this to a friend