ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଅସମ୍ମାନ ଅଭିଯୋଗ

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି। ଗତ ମାର୍ଚ୍ଚ ୧୮ ତାରିଖରେ ଓଡ଼ିଶା ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଯାଇଥିବା ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପତ୍ନୀ ସବିତା କୋବିନ୍ଦଙ୍କୁ ଉଚିତ୍ ସମ୍ମାନ ପ୍ରଦର୍ଶନ କରାଯାଇ ନଥିବା କଥା ବର୍ତ୍ତମାନ ସାମ୍ନାକୁ ଆସିଛି। ଏନେଇ ରାଷ୍ଟ୍ରପତି ଭବନରୁ ଏକ ଅଭିଯୋଗପତ୍ର ଆସିବା ପରେ ବର୍ତ୍ତମାନ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ଗର୍ଭଗୃହ ବାହାରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ତିନି […]

Ram-Nath-Kovind

Ram-Nath-Kovind

Rakesh Mallick
  • Published: Tuesday, 26 June 2018
  • Updated: 26 June 2018, 01:08 PM IST

Sports

Latest News

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି। ଗତ ମାର୍ଚ୍ଚ ୧୮ ତାରିଖରେ ଓଡ଼ିଶା ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଯାଇଥିବା ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପତ୍ନୀ ସବିତା କୋବିନ୍ଦଙ୍କୁ ଉଚିତ୍ ସମ୍ମାନ ପ୍ରଦର୍ଶନ କରାଯାଇ ନଥିବା କଥା ବର୍ତ୍ତମାନ ସାମ୍ନାକୁ ଆସିଛି। ଏନେଇ ରାଷ୍ଟ୍ରପତି ଭବନରୁ ଏକ ଅଭିଯୋଗପତ୍ର ଆସିବା ପରେ ବର୍ତ୍ତମାନ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି।

ଶ୍ରୀମନ୍ଦିର ଗର୍ଭଗୃହ ବାହାରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ତିନି ଜଣ ସେବକ ଅସମ୍ମାନ କରିଥିବା ନେଇ ରାଷ୍ଟ୍ରପତି ଭବନରୁ ଗୁରୁତର ଅଭିଯୋଗ ଆସିଛି। ଗତ ମାର୍ଚ୍ଚ ମାସରେ ଏହି ଅଭିଯୋଗ ପତ୍ର ଆସିଥିଲା। ଏପ୍ରିଲ ୪ରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପ୍ରଥମ କରି ଏହି ଚିଠି ସମ୍ପର୍କରେ କମିଟିକୁ ଅବଗତ କରାଯାଇଥିଲା। ଏନେଇ ପରିଚାଳନା କମିଟି ବୈଠକରେ ଆଲୋଚନା ମଧ୍ୟ ହୋଇଥିଲା। ଯାହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos