ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ତୃତୀୟ ସ୍ୱର୍ଣ୍ଣ ପଦକ ଦେଇଛନ୍ତି ସତୀଶ ଶିବଲିଙ୍ଗମ୍। ୭୭ କେ.ଜି ପୁରୁଷ ଭାରୋତ୍ତୋଳନରେ ସେ ଜିତିଛନ୍ତି ସ୍ୱର୍ଣ୍ଣ ପଦକ।
ରେଳବାଇରେ ଚାକିରି କରନ୍ତି ସତୀଶ
୨୫ ବର୍ଷୀୟ ସତୀଶ ରେଳବାଇରେ ଚାକିରି କରନ୍ତି। ସେ ଚେନ୍ନାଇରେ ରେଳବାଇରେ କ୍ଲର୍କ ଅଛନ୍ତି।
ସତୀଶଙ୍କ ବାପା ଜଣେ ସିକ୍ୟୁରିଟିଗାର୍ଡ
ବାପାଙ୍କୁ ଦେଖି ହିଁ ଭାରୋତ୍ତୋଳନ ପ୍ରତି ଆକୃଷ୍ଟ ହୋଇଥିଲେ ସତୀଶ। ତାଙ୍କ ବାପା ଭାରୋତ୍ତୋଳନରେ ଜାତୀୟ ସ୍ତରରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ପ୍ରଥମେ ପ୍ରଥମେ ସତୀଶ ବାପାଙ୍କଠାରୁ ହିଁ ତାଲିମ ନେଇଥିଲେ। ତାଙ୍କ ବାପା ଏକ ବିଶ୍ୱବିଦ୍ୟାଳୟରେ ସିକ୍ୟୁରିଟିଗାର୍ଡ ଚାକିରି କରୁଛନ୍ତି।
ରାଜ୍ୟଗୋଷ୍ଠୀରେ ଏହା ସତୀଶଙ୍କ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ
୨୦୧୪ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ସତୀଶ ସ୍ୱର୍ଣ୍ଣ ପଦକ ହାତେଇଥିଲେ। ୭୭ କେଜି ବର୍ଗରେ ସେ ମୋଟ ୩୨୮ କେଜି ଓଜନ ଉଠାଇ ସେ ସ୍ୱର୍ଣ୍ଣ ପଦକ ପାଇଥିଲେ। ଲଗାତାର ଦୁଇଟି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ସତୀଶ ନିଜର ଏକ ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।