ସୋରରେ ସିରିଜ୍‌ ଦୁର୍ଘଟଣା: ଜଣେ ମୃତ, ୧୫ ଆହତ

Bus-accident

ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ତଳନଗର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ସିରିଜ୍‌ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଓ ଦୁଇ ବସ୍‌ ମଧ୍ୟରେ ଧକ୍କା ହେବାରୁ  ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

୧୬ ନମ୍ବର ଜାତୀୟ ତଳନଗର ନିକଟରେ ଏକ ଆଳୁ ବୋଝେଇ ଟ୍ରକ୍‌ ଖରାପ ହୋଇ ରାସ୍ତା କଡ଼ରେ ଠିଆ ହୋଇଥିଲା। ଗତକାଲି ରାତି ପ୍ରାୟ ୨ଟା ସମୟରେ କୋଲକତାରୁ ଭୁବନେଶ୍ୱର ଯାଉଥିବା ଡଲଫିନ୍‌ ନାମକ ବସ୍‌ ଉକ୍ତ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଏହାପରେ  ପଛରେ ଆସୁଥିବା ପରମେଶ୍ୱର ନାମକ ଆଉ ଏକ ବସ୍‌ ଉକ୍ତ ବସକୁ ଧକ୍କା ଦେଇଥିଲା।  ଧକ୍କା ଦେବା ପରେ ପରମେଶ୍ୱର ନାମକ ବସଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା।

Previous ArticleNext Article

Send this to a friend