୭ କିନ୍ନର ଗିରଫ; ଆଶ୍ରମରେ ପଶି ଭିଆଇ ଥିଲେ ଏମିତି କାଣ୍ଡ

kinnar

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ଜଣେ ନାଗା ବାବାଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୭ ଜଣ କିନ୍ନରଙ୍କୁ ଗିରଫ କରିଛି। ଏମାନେ ଗତକାଲି ଆଶ୍ରମ କରି ରହୁଥିବା ଜଣେ ନାଗା ବାବାଙ୍କୁ ଘୋଷାରି ଘୋଷାରି ନିସ୍ତୁକ ମାଡ଼ ମାରିଥିଲେ।

ବୁଧବାର ରାତିରେ ଖଣ୍ଡଗିରି ଅଞ୍ଚଳରେ ଆଡ୍ଡା ଜମାଉଥିବା କିନ୍ନରଙ୍କୁ ପୋଲିସ ଘଉଡ଼ାଇ ଥିଲା। ଏହି ସମୟରେ କିଛି କିନ୍ନର ସଂପୃକ୍ତ ବାବାଙ୍କ ଆଶ୍ରମ ଭିତରେ ପଶି ଯାଇଥିଲେ। ତେବେ ବାବା ସେମାନଙ୍କୁ ଆଶ୍ରମ ଭିତରେ ନପଶିବାକୁ କହିଥିଲେ। ଏଥିରେ କିନ୍ନରମାନେ ଉତ୍‌କ୍ଷିପ୍ତ ତାଙ୍କୁ ଗାଳିଗୁଲଜ କରି ଚାଲି ଯାଇଥିଲେ। ତା’ପର ଦିନ ଅର୍ଥାତ୍ ଗୁରୁବାର ସକାଳେ ଅଭିଯୁକ୍ତ କିନ୍ନରମାନେ ସଂଘବଦ୍ଧ ହୋଇ ଆଶ୍ରମ ଭିତରେ ପଶି ବାବାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ବିଧା, ଗୋଇଠା ସହିତ ସେମାନେ ବାଡ଼ିରେ ମଧ୍ୟ ବାବାଙ୍କୁ ମାରିଥିଲେ। ଘଟଣା ସମ୍ପର୍କରେ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ ସଂପୃକ୍ତ ବାବା। ତା’ପରେ ପୋଲିସ୍ ଏହି କିନ୍ନରମାନଙ୍କୁ ଗିରଫ କରିଛନ୍ତି।

Previous ArticleNext Article

Send this to a friend