ଭଡ଼ା ଘରେ ସେକ୍ସ କାରବାର

ଲାଗୁଛି ରାଜ୍ୟ ରାଜ୍ୟଧାନୀ ଭୁବନେଶ୍ୱର ପାଲଟି ଯାଇଛି ଦେହ ବ୍ୟବସାୟର ପେଣ୍ଠସ୍ଥଳୀ। ଏଠି ପ୍ରତି ଗଳିରେ ଚାଲିଛି ସେକ୍ସ ରାକେଟ୍। ବାହାର ରାଜ୍ୟରୁ ଆସି ଦେହ ବ୍ୟବସାୟୀମାନେ ଏଠି ଘରଭଡ଼ା ନେଇ, ନହେଲେ ଦଲାଲ ମାନଙ୍କ ସହାୟତାରେ ଆରାମରେ ବେପାର କରିପାରୁଛନ୍ତି। ପୋଲିସ୍ ଏମାନଙ୍କୁ ଧରୁଛି। କିନ୍ତୁ ଯେତେ ଧରିଲେ ବି ବେପାର ଥମୁନି। ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ପୁଣି ସେକ୍ସ କାରବାର ଖବର ପଦାକୁ ଆସିଛି। ଏକ ଭଡ଼ା ଘରେ ଚାଲିଥିଲା ଏହି […]

sex racket in bbsr

sex racket in bbsr

Rakesh Mallick
  • Published: Friday, 18 May 2018
  • Updated: 18 May 2018, 08:09 PM IST

Sports

Latest News

ଲାଗୁଛି ରାଜ୍ୟ ରାଜ୍ୟଧାନୀ ଭୁବନେଶ୍ୱର ପାଲଟି ଯାଇଛି ଦେହ ବ୍ୟବସାୟର ପେଣ୍ଠସ୍ଥଳୀ। ଏଠି ପ୍ରତି ଗଳିରେ ଚାଲିଛି ସେକ୍ସ ରାକେଟ୍। ବାହାର ରାଜ୍ୟରୁ ଆସି ଦେହ ବ୍ୟବସାୟୀମାନେ ଏଠି ଘରଭଡ଼ା ନେଇ, ନହେଲେ ଦଲାଲ ମାନଙ୍କ ସହାୟତାରେ ଆରାମରେ ବେପାର କରିପାରୁଛନ୍ତି। ପୋଲିସ୍ ଏମାନଙ୍କୁ ଧରୁଛି। କିନ୍ତୁ ଯେତେ ଧରିଲେ ବି ବେପାର ଥମୁନି।

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ପୁଣି ସେକ୍ସ କାରବାର ଖବର ପଦାକୁ ଆସିଛି। ଏକ ଭଡ଼ା ଘରେ ଚାଲିଥିଲା ଏହି କାରବାର। କମିଶନରେଟ୍‌ ପୋଲିସ୍ ଏ ସଂପର୍କରେ ଆଗରୁ ଖବର ପାଇ ଚଢ଼ାଉ ପାଇଁ ଯୋଜନା କରିଥିଲା। ସବୁ ପ୍ରକାର ପୂର୍ବ ପ୍ରସ୍ତୁତି କରି ଶେଷରେ ଆଜି ଅଚାନକ ସେହି ନିର୍ଦ୍ଦିଷ୍ଟ ଭଡ଼ାଘରେ ଚଢ଼ାଉ କରିଥିଲା। ସେ ସ୍ଥାନଟି ହେଉଛି ଭୁବନେଶ୍ୱରର ସୈନିକ ସ୍କୁଲ ପାଖ ଗଜପତି ନଗରରେ। ତଢ଼ାଉ ବେଳେ ସେଠି ଅନେକ ଆପତ୍ତିଜନକ ଜିନିଷପତ୍ର ପୋଲିସ୍ ଜବତ କରିଛି। ସେଠାରୁ ୨ ଜଣ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଥିବା ବେଳେ ୨ ଜଣ ଗ୍ରାହକ ଓ ୨ ଜଣ ଦଲାଲଙ୍କୁ ଥାନାକୁ ଆଣି ସେମାନଙ୍କୁ ଅଟକ ରଖିଛି।

ତେବେ ରାଜଧାନୀ ଭୁବନେଶ୍ୱରରେ ସେକ୍ସ କାରବାର ଚାଲୁଥିବା ଖବର ନୂଆ ନୁହେଁ। ପ୍ରାୟ ନିୟମିତ ବ୍ୟବଧାନରେ ଏମିତି ଖବର ଆସୁଛି। ପୋଲିସ୍ ସବୁବେଳେ ଚଢ଼ାଉ ଜାରି ରଖିଥିଲେ ବି ଦେବ ବ୍ୟବସାୟ କମୁନି। ଉଦାହରଣ ସ୍ୱରୂପ ମେ’ ୯ ତାରିଖରେ ନୟାପଲ୍ଲୀ ଥାନା ଅଞ୍ଚଳର ଏକ ଗେଷ୍ଟ ହାଉସ୍‌ରେ ଚାଲିଥିଲା ସେକ୍ସ ରାକେଟ୍‌। ସେଠାକୁ  ଆସିଥିଲେ ବଙ୍ଗୀୟ ଯୁବତୀ। ଉଭୟ ଅଲଗା ଅଲଗା ରୁମ୍‌ରେ ରହୁଥିଲେ। ଏ ସମ୍ପର୍କରେ ପୋଲିସ ଜାଣିପାରି ଗେଷ୍ଟ ହାଉସ୍‌ରେ ଚଢ଼ାଉ କରି ଦୁଇ ବଙ୍ଗୀୟ ଯୁବତୀଙ୍କ ସହ ୩ ଜଣଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣାରେ ଗେଷ୍ଟ ହାଉସ୍‌ ମ୍ୟାନେଜରଙ୍କ ସମେତ ୬ ଜଣଙ୍କୁ ପୋଲିସ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos