ଭୁବନେଶ୍ୱରରେ ପହଞ୍ଚିଲା ସହିଦ ଯବାନଙ୍କ ମରଶରୀର: ବୀର ବାଦ୍ୟରେ କମ୍ପିଲା ବିମାନବନ୍ଦର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସହିଦ୍ ଓଡ଼ିଆ ଯବାନ ପ୍ରଦୀପ ପଣ୍ଡାଙ୍କ ମରଶରୀର ଆଜି ରାତି ୯ଟା ବେଳେ ଭୁବନେଶ୍ୱରରେ ପହଞ୍ଚିଥିଲା। ପରେ ତାଙ୍କୁ ସିଆରପିଏଫ୍‌ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଗୃହ ବିଭାଗ ପକ୍ଷରୁ ମଧ୍ୟ ସହିଦ ପ୍ରଦୀପଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଆସନ୍ତାକାଲି ଜନ୍ମମାଟି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅନ୍ତର୍ଗତ ଲିପିଲୋଇ ଗାଁରେ ପ୍ରଦୀପଙ୍କ ଶେଷକୃତ୍ୟ ସଂପନ୍ନ ହେବ। ଏଥିପାଇଁ ଲିପିଲୋଇରେ ସମସ୍ତ ପ୍ରସ୍ତୁତି ସରିଛି।

ଗତ ରବିବାର ସକାଳେ ଜାମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ଆତଙ୍କବାଦୀ-ସିଆରପିଏଫ୍‌ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ବେଳେ ପ୍ରଦୀପ ପଣ୍ଡାଙ୍କ ସମେତ ୫ ଜଣ ଯବାନ ସହିଦ ହୋଇଥିଲେ। ସହିଦ ପ୍ରଦୀପ ପଣ୍ଡାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ସେହିଭଳି ସହିଦ ପ୍ରଦୀପଙ୍କ ପତ୍ନୀଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଏଁ ଭତ୍ତା ମିଳିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Previous ArticleNext Article

Send this to a friend