ଭୁବନେଶ୍ୱରରେ ଭଡ଼ାରେ ମିଳିବ ସାଇକେଲ, ପ୍ରଥମ ୩୦ ମିନିଟ୍‌ ମାଗଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ମାର୍ଟ ସିଟି ଭୁବନେଶ୍ୱରରେ ଆରମ୍ଭ ହେବ ସେୟାରିଂ ବାଇସାଇକେଲ ସେବା। ମୋବାଇଲ୍‌ ଆପ୍‌ ମାଧ୍ୟମରେ ସାଇକେଲ୍‌ ବୁକିଂ କରାଯାଇପାରିବ। ଆଜି ଏନେଇ ସୂଚନା ଦେଇଛନ୍ତି ବିଡିଏ ଭିସି କ୍ରୀଷନ କୁମାର। ସେ କହିଛନ୍ତି-“ପ୍ରଥମ ପର୍ଯ୍ୟାୟରେ ୨୦୦୦ ବାଇସାଇକେଲ ବ୍ୟବସ୍ଥା କରାଯିବ। ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଏହି GPS ସିଷ୍ଟମ ଲାଗିଥିବା ସାଇକେଲ ଉପଲବ୍ଧ ହେବ। ସାଇକେଲ ପାଇଁ ମୋବାଇକ୍ କମ୍ପାନୀକୁ ଦାୟିତ୍ୱ ଦିଆଯାଇଥିବା ବେଳେ ଷ୍ଟାଣ୍ଡ ଓ ଆବଶ୍ୟକ ଭିତ୍ତିଭୂମି ସରକାର ଯୋଗାଇବେ। ତେବେ […]

happy-riding-bikes-in-bhubaneswar3

happy-riding-bikes-in-bhubaneswar3

Rakesh Mallick
  • Published: Wednesday, 02 May 2018
  • Updated: 02 May 2018, 07:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ମାର୍ଟ ସିଟି ଭୁବନେଶ୍ୱରରେ ଆରମ୍ଭ ହେବ ସେୟାରିଂ ବାଇସାଇକେଲ ସେବା। ମୋବାଇଲ୍‌ ଆପ୍‌ ମାଧ୍ୟମରେ ସାଇକେଲ୍‌ ବୁକିଂ କରାଯାଇପାରିବ। ଆଜି ଏନେଇ ସୂଚନା ଦେଇଛନ୍ତି ବିଡିଏ ଭିସି କ୍ରୀଷନ କୁମାର।

ସେ କହିଛନ୍ତି-“ପ୍ରଥମ ପର୍ଯ୍ୟାୟରେ ୨୦୦୦ ବାଇସାଇକେଲ ବ୍ୟବସ୍ଥା କରାଯିବ। ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଏହି GPS ସିଷ୍ଟମ ଲାଗିଥିବା ସାଇକେଲ ଉପଲବ୍ଧ ହେବ। ସାଇକେଲ ପାଇଁ ମୋବାଇକ୍ କମ୍ପାନୀକୁ ଦାୟିତ୍ୱ ଦିଆଯାଇଥିବା ବେଳେ ଷ୍ଟାଣ୍ଡ ଓ ଆବଶ୍ୟକ ଭିତ୍ତିଭୂମି ସରକାର ଯୋଗାଇବେ। ତେବେ ଏଥିପାଇଁ ପ୍ରଥମେ ମାଗଣାରେ ୩୦ ମିନିଟ୍ ସାଇକେଲ ଚଳାଇବାକୁ ଦିଆଯିବ। ଏହାପରେ ଭଡ଼ା ଲାଗିବ। ଯାତ୍ରୀ ଯେଉଁଠୁ ସାଇକେଲ ନେବେ ସେଠାରେ ହିଁ ଦେବା ଜରୁରୀ ନୁହେଁ। ସେ ଯେଉଁ ସ୍ଥାନକୁ ଯିବ ସେହି ଅଂଚଳରେ ଥିବା ଷ୍ଟାଣ୍ଡରେ ସାଇକଲ ଦେଇପାରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos