ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପ୍ରଶାସନ ଓ ଓଡ଼ିଶା ପୋଲିସ୍‌ର ସବୁ ସତର୍କତା ସତ୍ୱେ, ପୁଣି ପଦାକୁ ଆସିଛି ଶ୍ରୀମନ୍ଦିର ଭିତରର ଫଟୋ। ପୁଣିଥରେ ସୋସିଆଲ ମିଡିଆରେ ଶ୍ରୀମନ୍ଦିରର କିଛି ଫଟୋ ଭାଇରାଲ୍ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ହାଇଦ୍ରାବାଦର ଜଣେ ବ୍ୟକ୍ତି ନିଜ ଫେସ୍‌ବୁକ୍ ଆକାଉଣ୍ଟରେ ଶ୍ରୀମନ୍ଦିର ଭିତରର କିଛି ଫଟୋ ଛାଡ଼ିଛନ୍ତି। ଏହି ବ୍ୟକ୍ତିଙ୍କ ନାଁ ଆନନ୍ଦ ଗିନ୍‌କିଣ୍ଟଲା। ତାଙ୍କ ଫେସବୁକ୍‌ରେ ଦୁଇଟି ଫଟୋ ପୋଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଅନୁମାନ କରାଯାଉଛି […]

tttt

tttt

Rakesh Mallick
  • Published: Saturday, 23 June 2018
  • Updated: 23 June 2018, 01:59 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପ୍ରଶାସନ ଓ ଓଡ଼ିଶା ପୋଲିସ୍‌ର ସବୁ ସତର୍କତା ସତ୍ୱେ, ପୁଣି ପଦାକୁ ଆସିଛି ଶ୍ରୀମନ୍ଦିର ଭିତରର ଫଟୋ। ପୁଣିଥରେ ସୋସିଆଲ ମିଡିଆରେ ଶ୍ରୀମନ୍ଦିରର କିଛି ଫଟୋ ଭାଇରାଲ୍ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ହାଇଦ୍ରାବାଦର ଜଣେ ବ୍ୟକ୍ତି ନିଜ ଫେସ୍‌ବୁକ୍ ଆକାଉଣ୍ଟରେ ଶ୍ରୀମନ୍ଦିର ଭିତରର କିଛି ଫଟୋ ଛାଡ଼ିଛନ୍ତି। ଏହି ବ୍ୟକ୍ତିଙ୍କ ନାଁ ଆନନ୍ଦ ଗିନ୍‌କିଣ୍ଟଲା। ତାଙ୍କ ଫେସବୁକ୍‌ରେ ଦୁଇଟି ଫଟୋ ପୋଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଅନୁମାନ କରାଯାଉଛି କୀର୍ତ୍ତନ ଚକଡ଼ାରୁ ସନ୍ଧ୍ୟା ସମୟରେ ଏହି ଫଟୋ ଉଠାଯାଇଛି। କାରଣ ଫଟୋ ଉଠିଲା ବେଳକୁ ମନ୍ଦିର ଆଲୋକୀକରଣ ପାଇଁ ଲାଇଟ୍ ଜଳି ସାରିଥିବା ଦେଖିବାକୁ ମିଳିଛି।

templeତେବେ କେଉଁ ପରିସ୍ଥିତିରେ ସେ ମନ୍ଦିର ଭିତରର ଫଟୋ ପୋଷ୍ଟ କଲେ, ଫଟୋଗୁଡ଼ିକ ସେ ନିଜେ ଉଠାଇଛନ୍ତି ନା ଆଉ କାହାଠାରୁ ଆଣିଛନ୍ତି, ଯଦି ଉଠାଇଛନ୍ତି ତେବେ ଭିତରକୁ ସେ କ୍ୟାମେରା ନେଲେ କେମିତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯାହା ଜଣାପଡୁଛି ଫଟୋ ଗୁଡ଼ିକ ମୋବାଇଲ୍‌ କ୍ୟାମେରାରେ ହିଁ ଉଠିଛି। ତେଣୁ ସେ ମନ୍ଦିର ଭିତରକୁ ମୋବାଇଲ୍ ଫୋନ୍ ନେଇ ଯାଇଥିବା ଅନୁମାନ କରାଯାଉଛି। puri 2ଏବେ ସୁଦ୍ଧା ଏହି ଘଟଣା ଉପରେ ଶ୍ରୀମନ୍ଦିର ପ୍ରଶାସନ କି ପଦକ୍ଷେନ ନେବାକୁ ଯାଉଛି, କ’ଣ ପ୍ରତିକ୍ରିୟା ରହିଛି ତାହା ସ୍ପଷ୍ଟ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos