ନିରଞ୍ଜନ କଂଗ୍ରେସ ମଙ୍ଗ ଧରିବା ପରେ ହାତ ଛାଡିଲେ ଶିବ

କୋରାପୁଟ(ଓଡିଶା ରିପୋର୍ଟର): ପୁରୁଖା କଂଗ୍ରେସ ନେତା ତଥା କୋରାପୁଟର ପୂର୍ବତନ ଜିଲା କଂଗ୍ରେସ ସଭାପତି ଶିବ ପ୍ରସାଦ ପଟ୍ଟନାୟକ ଦଳ ସହ ସମ୍ପର୍କ ଛିନ୍ନ କରିଛନ୍ତି। ସେ ନିଜ ସମର୍ଥକଙ୍କ ସହ ଦଳ ଛାଡୁଥିବା କଥା ଗଣମାଧ୍ୟମରେ କହିଛନ୍ତି। ନିରଞ୍ଜନ ପଟ୍ଟନାୟକ ଅଳ୍ପଦିନ ତଳେ ପିସିସି ସଭାପତି ପଦ ଅଳଙ୍କୃତ କରିଛନ୍ତି। ସେ ଏହି ପଦବିରେ ଆସିବା ପରେ ଶିବ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯେ, କଂଗ୍ରେସ ଛାଡିଛନ୍ତି। ଏ ସମ୍ପର୍କରେ ଶିବ କହିଛନ୍ତି-“ କଂଗ୍ରେସ ଆମକୁ […]

f5

f5

Rakesh Mallick
  • Published: Sunday, 22 April 2018
  • Updated: 22 April 2018, 01:54 PM IST

Sports

Latest News

କୋରାପୁଟ(ଓଡିଶା ରିପୋର୍ଟର): ପୁରୁଖା କଂଗ୍ରେସ ନେତା ତଥା କୋରାପୁଟର ପୂର୍ବତନ ଜିଲା କଂଗ୍ରେସ ସଭାପତି ଶିବ ପ୍ରସାଦ ପଟ୍ଟନାୟକ ଦଳ ସହ ସମ୍ପର୍କ ଛିନ୍ନ କରିଛନ୍ତି। ସେ ନିଜ ସମର୍ଥକଙ୍କ ସହ ଦଳ ଛାଡୁଥିବା କଥା ଗଣମାଧ୍ୟମରେ କହିଛନ୍ତି। ନିରଞ୍ଜନ ପଟ୍ଟନାୟକ ଅଳ୍ପଦିନ ତଳେ ପିସିସି ସଭାପତି ପଦ ଅଳଙ୍କୃତ କରିଛନ୍ତି। ସେ ଏହି ପଦବିରେ ଆସିବା ପରେ ଶିବ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯେ, କଂଗ୍ରେସ ଛାଡିଛନ୍ତି।

ଏ ସମ୍ପର୍କରେ ଶିବ କହିଛନ୍ତି-“ କଂଗ୍ରେସ ଆମକୁ ବ୍ରିଟିସ୍‌ ସରକାରଙ୍କଠାରୁ ମୁକ୍ତ କରିଥିଲା ସତ। ହେଲେ ବର୍ତ୍ତମାନ ସ୍ଥିତିରେ କଂଗ୍ରେସ ବ୍ରିଟିସରମାନଙ୍କ ପନ୍ଥା ଆପଣେଇ ନେଇଛି। ଏଠାରେ ଡିଭାଇଡ ଅଣ୍ଡ ରୁଲ୍‌ ପଲିସି ଚାଲିଛି। ଧୀରେ ଧୀରେ ଲୋକଙ୍କ ଆସ୍ଥା ହରାଉଛି ଦଳ। ପୁରୁଖା କର୍ମୀଙ୍କୁ ଅଣଦେଖା କରି ଯାହାଙ୍କୁ କେହି ଜାଣିନାହାନ୍ତି ସେମାନଙ୍କୁ ଗୁରୁଦାୟତ୍ୱ ଦିଆଯାଉଛି।”

ତେବେ ନିରଞ୍ଜନ ଆସିବା ପରେ ସେ ଏଭଳି ନିଷ୍ପତ୍ତି ହଠାତ୍‌ କାହିଁକି ନେଲେ ବୋଲି ପଚରାଯିବାରୁ କହିଛନ୍ତି ଯେ, ନିରଞ୍ଜନ ଜଣେ ଭଲ ଓ ଦୂରଦର୍ଶୀ ସଙ୍ଗଠକ। ହେଲେ ସେ ସଭାପତି ହେବା ଓ ତାଙ୍କ ଭାଇ ବିଜେଡିରେ ମିଶି ରାଜ୍ୟସଭାକୁ ଯିବା ଭିତରେ କିଛି ଭିତିରି କଥା ରହିଛି।  ପ୍ରସାଦ ହରିଚନ୍ଦନଙ୍କ ସମ୍ପର୍କରେ ପଚରାଯିବାରୁ ସେ କହିଛନ୍ତି କି ତାଙ୍କ ସମୟ କଂଗ୍ରେସ ପାଇଁ ସବୁଠାରୁ ଖରାପ ସମୟ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos