ସ୍ମାର୍ଟ ସିଟିରେ ସ୍ଥାନ ପାଇପାରେ ଓଡିଶାର ଦୁଇ ସହର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସ୍ମାର୍ଟ ସିଟି ଯୋଜନାରେ ଓଡ଼ିଶାର ଦୁଇ ସହର ସ୍ଥାନ ପାଇବାର ସମ୍ଭାବନା ରହିଛି । ଏ ନେଇ ମୁଖ୍ୟଶାସନ ସଚିବ ଗୋକୁଳଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ଆଜି ହେବାକୁ ଥିବା ଷ୍ଟିଅରିଂ କମିଟି ବୈଠକରେ ଆଲୋଚନା କରାଯିବ । ଭୁବନେଶ୍ୱର ବୈଠକରେ ସମେତ ୫ ସହରର ମେୟର ଓ କମିଶନରମାନେ ଯୋଗଦେବେ । କେଉଁ ସହର ସ୍ମାର୍ଟ ସିଟିର ଧାର୍ଯ୍ୟ ହୋଇଥିବା ମାନ ପୂରଣ କରୁଛି ସେ ନେଇ […]

Gokula pati

Gokula pati

Rakesh Mallick
  • Published: Friday, 03 July 2015
  • Updated: 03 July 2015, 04:59 AM IST

Sports

Latest News

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସ୍ମାର୍ଟ ସିଟି ଯୋଜନାରେ ଓଡ଼ିଶାର ଦୁଇ ସହର ସ୍ଥାନ ପାଇବାର ସମ୍ଭାବନା ରହିଛି । ଏ ନେଇ ମୁଖ୍ୟଶାସନ ସଚିବ ଗୋକୁଳଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ଆଜି ହେବାକୁ ଥିବା ଷ୍ଟିଅରିଂ କମିଟି ବୈଠକରେ ଆଲୋଚନା କରାଯିବ । ଭୁବନେଶ୍ୱର ବୈଠକରେ ସମେତ ୫ ସହରର ମେୟର ଓ କମିଶନରମାନେ ଯୋଗଦେବେ । କେଉଁ ସହର ସ୍ମାର୍ଟ ସିଟିର ଧାର୍ଯ୍ୟ ହୋଇଥିବା ମାନ ପୂରଣ କରୁଛି ସେ ନେଇ ଆଲୋଚନା କରାଯିବ । ଜୁଲାଇ ୩୧ ସୁଦ୍ଧା ରାଜ୍ୟ ସରକାର ଦୁଇଟି ସହରର ନାଁ ଚୂଡାନ୍ତ କରି କେନ୍ଦ୍ର ନିକଟକୁ ପଠାଇବେ । ପ୍ରାଥମିକ ଭାବେ କେନ୍ଦ୍ର ସରକାର ଦେଶର ୧୦୦ଟି ସହରକୁ ସ୍ମାର୍ଟ ସିଟିରେ ପରିଣତ କରିବାକୁ ଯୋଜନା ରଖିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos