‘ଗୋଟିଏ ପରିବାର ପାଇଁ ସମ୍ୱିଧାନର କଣ୍ଠରୋଧ କରାଯାଇଥିଲା’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ସମ୍ୱିଧାନର କଣ୍ଠରୋଧ କରି କଂଗ୍ରେସ ଭାରତରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲା। ଗୋଟିଏ ପରିବାର ପାଇଁ ଲକ୍ଷାଧିକ ଲୋକଙ୍କ ସମ୍ୱିଧାନିକ ଅଧିକାରକୁ ଜଳାଞ୍ଜଳି ଦିଆଯାଇଥିଲା। ଲୋକତନ୍ତ୍ରର ସୁରକ୍ଷା ଓ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ୨ଲକ୍ଷରୁ ଅଧିକ ଲୋକଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରାଯାଇଥିଲା। ତଥାପି ଆନ୍ଦୋଳନ ଥମି ନଥିଲା। ଆନ୍ଦୋଳନକାରୀମାନେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିରୁ ମୁକ୍ତି ପାଇବା ପାଇଁ ଆନ୍ଦୋଳନକାରୀ, ରାଜନୈତିକ ବ୍ୟକ୍ତି ଓ […]

SMRUTI IRANI

SMRUTI IRANI

Rakesh Mallick
  • Published: Tuesday, 26 June 2018
  • Updated: 26 June 2018, 04:37 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ସମ୍ୱିଧାନର କଣ୍ଠରୋଧ କରି କଂଗ୍ରେସ ଭାରତରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲା। ଗୋଟିଏ ପରିବାର ପାଇଁ ଲକ୍ଷାଧିକ ଲୋକଙ୍କ ସମ୍ୱିଧାନିକ ଅଧିକାରକୁ ଜଳାଞ୍ଜଳି ଦିଆଯାଇଥିଲା। ଲୋକତନ୍ତ୍ରର ସୁରକ୍ଷା ଓ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ୨ଲକ୍ଷରୁ ଅଧିକ ଲୋକଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରାଯାଇଥିଲା। ତଥାପି ଆନ୍ଦୋଳନ ଥମି ନଥିଲା। ଆନ୍ଦୋଳନକାରୀମାନେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିରୁ ମୁକ୍ତି ପାଇବା ପାଇଁ ଆନ୍ଦୋଳନକାରୀ, ରାଜନୈତିକ ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜେଲରେ ଭର୍ତ୍ତି କରାଯାଇଥିଲା। ସେଥିରେ ଓଡ଼ିଶାରେ ନେତା ଓ ସମାଜସେବୀ ମଧ୍ୟ ସାମିଲ ଅଛନ୍ତି। ଡକ୍ଟର ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନବକୃଷ୍ଣ ଚୌଧୁରୀ, ରବି ରାୟ ପରି ନେତା ବନ୍ଦୀ ଜୀବନ କାଟିଛନ୍ତି। ଏମାନେ ସମ୍ୱିଧାନର ସୁରକ୍ଷା ପାଇଁ ବହୁତ ବଡ଼ ବଳିଦାନ ଦେଇଛନ୍ତି। ସେମାନଙ୍କୁ ନମସ୍କାର କରିବା ପାଇଁ ଆଜି ମୁଁ ଓଡ଼ିଶା ଆସିଛି ବୋଲି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି।

ସେ କହିଛନ୍ତି-“କଂଗ୍ରେସର ଗୋଟିଏ ପରିବାର କ୍ଷମତାକୁ ଉପଭୋଗ କରିବା ପାଇଁ ଲୋକତନ୍ତ୍ର ଓ ସମ୍ୱିଧାନକୁ ଆହୁତି ଦେବାକୁ ପଛାଇନଥିଲା। ଭାରତର ସେହି କଳା ଦିନକୁ ମନେ ପକାଇବା ପାଇଁ ଆମେ ସମସ୍ତେ ଆଜି ଏକତ୍ର ହୋଇଛେ। ହୁଏତ ୪୩ ବର୍ଷ ତଳେ ଏହା ସମ୍ଭବ ପର ହୋଇନଥାଆନ୍ତା। କାରଣ ଆପତକାଳୀନ ସମୟରେ ସାଧାରଣ ଲୋକଙ୍କର ମୌଳିକ ଅଧିକାର ଛଡାଇ ନିଆଯାଇଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos