ଆଇନକୁ ଆଖିଠାର; ଯାତ୍ରା ପେଣ୍ଡାଲ୍‌ରେ ଚାଲିଛି ସାପ ଖେଳ, ଦେଖନ୍ତୁ ଭିଡିଓ

snake

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବନ୍ୟପ୍ରାଣୀ ଆଇନର ଖୋଲାଖୋଲି ଉଲ୍ଲଂଘନ। ଲୋକଙ୍କ ମନୋରଞ୍ଜନ ପାଇଁ ଯାତ୍ରା ପେଣ୍ଡାଲ୍‌ରେ ଚାଲିଛି ସାପ ଖେଳ।  ବ୍ରହ୍ମପୁର ସାରୁଆ ସାହିରେ ଏକ ଯାତ୍ରା ପେଣ୍ଡାଲରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।  ଜଣେ ବ୍ୟକ୍ତି ସାପକୁ ପ୍ଲାଷ୍ଟିକ୍‌ ଡବାରେ ରଖି ଖେଳ ଦେଖାଉଥିଲେ। ତାଙ୍କୁ ସହଯୋଗ କରୁଥିଲେ ଆଉ ଜଣେ ଦୁଇ ଜଣ ବ୍ୟକ୍ତି।  ପୁଣି  ଗୋଟିଏ ସାପ ନୁହେଁ, ଏକାଧିକ ସାପଙ୍କୁ ଧରି ଆସିଥିଲେ ବ୍ୟକ୍ତି ଜଣଙ୍କ। ସାପଗୁଡ଼ିକୁ ସେ ଡବାରେ ବନ୍ଦ କରି ରଖିଥିଲେ ଏବଂ ଗୋଟ ଗୋଟି କରି କାଢ଼ି ଖେଳ ଦେଖାଉଥିଲେ।

ଏ ଘଟଣାକୁ ନେଇ ବ୍ରହ୍ମପୁର ଡିଏଫ୍ଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଖୋର୍ଦ୍ଧା ୱାଇଲ୍ଡ ଅନରାରୀ ୱାର୍ଡେନ ଶୁଭେନ୍ଦୁ ମଲ୍ଲିକ। ବନ୍ୟପ୍ରାଣୀ ଆଇନର ଖୋଲା ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଘଟଣାର ତଦନ୍ତ କରାଯାଉଥିବା ବ୍ରହ୍ମପୁର ଡିଏଫ୍ଓ କହିଛନ୍ତି।

Previous ArticleNext Article

Send this to a friend