ଡାକ୍ତରଖାନାରେ ସାପ

ବାରିପଦା(ମାଣିକଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ୍‌ର ରଙ୍ଗାମାଟିଆ ଡାକ୍ତରଖାନାରୁ ଏକ ସାପକୁ ଉଦ୍ଧାର କରାଯାଇଛି। ସାପଟିର ଲମ୍ୱ ପାଖାପାଖି ୨ ମିଟର। ଗତକାଲି ସନ୍ଧ୍ୟାବେଳେ ସାପଟି ଡାକ୍ତରଖାନାର ଆଉଟ୍‌ ଡୋର୍‌ରେ ଏସି ପଛପଟେ ଲୁଚି ରହିଥିବା ଦେଖିବାକୁ ମିଳିଥିଲା।

ଏନେଇ ସାପ ଧରାଳିକୁ ଖବର ଦିଆଯାଇଥିଲା। ସାପ ଧରାଳି ସାପଟିକୁ ଧରି ପାଖ ଜଙ୍ଗଲରେ ଛାଡ଼ି ଦେଇଛନ୍ତି। ଡାକ୍ତରଖାନାଟି ଶିମିଳିପାଳ ଜଙ୍ଗଲ ପାଦଦେଶରେ ଥିବାରୁ  ସାପଟି ଜଙ୍ଗଲରୁ ଚାଲି ଆସିଥିବା ଅନୁମାନ କରାଯାଉଛି।

Previous ArticleNext Article

Leave a Reply

Send this to a friend