ବିନା ପେଡାଲରେ ସାଇକେଲ ଗଡ଼ିବ ୬୦ କି.ମି
ଦିନକୁ ଦିନ ପେଟ୍ରାଲ ଓ ଡ଼ିଜେଲର ଦର ବଢ଼ୁଛି। ଆଉ ତା ସହ ତାଳ ମିଳେଇ ବଢୁଛି ପ୍ରଦୂଷଣ। ଏହାକୁ ଦେଖି ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ଆଶାରଆ ଅତ୍ୟାଧୁନିକ ଜ୍ଞାନକୌଶଳରେ ସୌରଚାଳିତ ଅଟୋଗିଅର୍ ସାଇକେଲ ନିର୍ମାଣ କରିଛନ୍ତି ଆକାଶ। ସୌରଚାଳିତ ସାଇକେଲରେ ବିନା ପେଡ଼ାଲରେ ଅଳ୍ପ ଖର୍ଚ୍ଚରେ ୬୦ କି.ମି. ପର୍ଯ୍ୟନ୍ତ ପିଲା ଠୁ ବୁଢ଼ା ସମସ୍ତେ ବ୍ୟବହାର କରିପାରିବେ। ଏହି ସାଇକେଲ ଘଣ୍ଟାକୁ ସର୍ବାଧିକ ବେଗ ୩୦ କି.ମି. ଅତିକ୍ରମ କରିପାରିବ। ସାଇକେଲ ମଧ୍ୟରେ ସଂଯୋଗ ହୋଇଛି ବ୍ୟାଟେରୀ। ସୋଲାର ପେନାଲ ସାଇକେଲର ଆଗରେ ଖଞ୍ଜା ହୋଇଛି। ସେଥିପାଇଁ ମେଘୁଆ ପାଗରେ ଚାଲିବ ୪ ଘଣ୍ଟା। ଏହି ସାଇକେଲରେ ଅତ୍ୟାଧୁନିକ ମ୍ୟୁଜିକ ସିଷ୍ଟମ ସହ ରାତିରେ ଯିବା ପାଇଁ ଲାଇଟ୍ ବି ଖଞ୍ଜା ଯାଇଛି। ସାଇକେଲଟି ଶବ୍ଦ ବିହୀନ। ଏଥିରୁ ଧୂଆଁ ମଧ୍ୟ ବାହାରେ ନାହିଁ।
ପିଲାଟି ଦିନୁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖିଥିବା ଆକାଶ ଦିଲ୍ଲୀରେ ସିଭିଲ୍ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଥିବାବେଳେ ସେଠାରେ ବିଦ୍ୟୁତ ଚାଳିତ ଅଟୋରିକ୍ସାରେ ବସିଥିଲେ। ଏହାପରେ ସୌରଚାଳିତ ସାଇକେଲ ତିଆରି କରିବାର ନିଶା ଆକାଶଙ୍କ ମୁଣ୍ଡକୁ ପଶିଗଲା। ଫଳରେ ତାଙ୍କର ଏହି ନିଶା ତାଙ୍କୁ ଖୁବ୍ କମ୍ ଦିନରେ ତାଙ୍କୁ ପ୍ରସିଦ୍ଧ କରାଇଥିଲା। ଏହି ସାଇକେଲଟି ତିଆରି ପାଇଁ ତାଙ୍କୁ ମାତ୍ର ୧୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଛି।
Ordigital Desk
• Published: Monday, 26 March 2018
• Updated: 26 March 2018, 09:33 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos