ମା’କୁ ପିଟି ମାରିଦେଲା ପୁଅ, ଶ୍ମଶାନରୁ ଶବ ଉଦ୍ଧାର କଲା ପୋଲିସ

ଅନୁଗୁଳ,(ବିରଜା ପ୍ରସାଦ ଦାଶ ): ଅନୁଗୁଳରେ ଅଭାବନୀୟ ଘଟଣା। ନିଜ ଜନ୍ମକଲା ମା’କୁ ବି ଛାଡ଼ିଲାନି ପୁଅ। ସାମାନ୍ୟ ଘରୋଇ କଳିକୁ ନେଇ ଜଣେ ପୁଅ କେମିତି  ହିତାହିତ ଜ୍ଞାନ ଭୁଲି ନୃଶଂସ ପାଲଟିଯାଇପାରେ  ତା’ର ନଗ୍ନ ଉଦାହରଣ ଅନୁଗୁଳ ଜରପଡ଼ା ଥାନା ନିକଟସ୍ଥ ଉଗିମାହାର ସାହିରେ ଦେଖିବାକୁ ମିଳିଛି। ଅଭିଯୁକ୍ତ ପୁଅ ମା’କୁ  ପିଟି ପିଟି ମାରିଦେଇଛି। ଅଭିଯୁକ୍ତ ରଞ୍ଜନ ମାହାର ମା’ ସୁରେଖା ମାହାରଙ୍କୁ ହତ୍ୟା କରିଛି। ତେବେ ଶ୍ମଶାନରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଶବ ଉଦ୍ଧାର କରିଛି ପୋଲିସ।  ଏହି ଘଟଣାରେ ପୁଅ, ବୋହୂ ଓ ନାତୁଣୀ ଫେରାର ଅଛନ୍ତି।  ଅନୁଗୁଳ ଏସ୍‌ଡିପିଓ ହରିହର ପାଣି ଏବଂ ଜରପଡ଼ା ଥାନା ଅଧିକାରୀ  ଘଟଣାର ଛାନ୍‌ଭିନ୍‌ ଜାରି ରଖିଛନ୍ତି। ପାରିବାରିକ କଳହକୁ ଏହି ଲୋମହର୍ଷଣ ଘଟଣା ଘଟିଛି ।

Previous ArticleNext Article

Send this to a friend