ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର, ୩ ଆହତ

housegutted

ସୋର: ବାଲେଶ୍ୱର ଜିଲ୍ଲା କେଦାରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବନ୍ତଡ଼ା ଶାସନରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ଜଳି ପାଉଁଶ ହୋଇଯାଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗାଁର ଅଜିତ କୁମାର ହୋତାଙ୍କ ଘରେ ନିଆଁ ଲାଗି ରନ୍ଧନ ଗ୍ୟାସ୍ ଟାଙ୍କି ଫାଟି ଯାଇଥିଲା। ଏଥିରେ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ିଯାଇଥିବା ସୂଚନା ମିଳିଛି।

Previous ArticleNext Article

Send this to a friend