ସୌମ୍ୟ ଧନୀ, ଅଚ୍ୟୁତ ଗରିବ; ପ୍ରଶାନ୍ତଙ୍କର କେତେ ଜାଣିଛନ୍ତି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିର ୩ ରାଜ୍ୟସଭା ପ୍ରାର୍ଥୀ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ବେଳେ ଏମାନେ ପ୍ରଦାନ କରିଥିବା ସତ୍ୟପାଠରେ ସମ୍ପତ୍ତି ତାଲିକା ଦେଇଛନ୍ତି। ଦାଖଲ ହୋଇଥିବା ସତ୍ୟପାଠ ଅନୁଯାୟୀ,  ଦୈନିକ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ସବୁଠାରୁ ଧନୀ ପ୍ରାର୍ଥୀ ହୋଇଥିବା ବେଳେ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସବୁଠାରୁ ଗରିବ। ଆଉ ଅଭିନେତାରୁ ରାଜନେତା ବନିଥିବା ପ୍ରଶାନ୍ତ ନନ୍ଦ ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର […]

threeimage

threeimage

Rakesh Mallick
  • Published: Friday, 09 March 2018
  • Updated: 09 March 2018, 06:05 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିର ୩ ରାଜ୍ୟସଭା ପ୍ରାର୍ଥୀ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ବେଳେ ଏମାନେ ପ୍ରଦାନ କରିଥିବା ସତ୍ୟପାଠରେ ସମ୍ପତ୍ତି ତାଲିକା ଦେଇଛନ୍ତି। ଦାଖଲ ହୋଇଥିବା ସତ୍ୟପାଠ ଅନୁଯାୟୀ,  ଦୈନିକ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ସବୁଠାରୁ ଧନୀ ପ୍ରାର୍ଥୀ ହୋଇଥିବା ବେଳେ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସବୁଠାରୁ ଗରିବ। ଆଉ ଅଭିନେତାରୁ ରାଜନେତା ବନିଥିବା ପ୍ରଶାନ୍ତ ନନ୍ଦ ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୭୯ ଲକ୍ଷ ୨୦ ହଜାର ଟଙ୍କା ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି। ନଜର ପକାନ୍ତୁ କାହାର କେତେ ସମ୍ପତ୍ତି।

ସୌମ୍ୟରଞ୍ଜନ ପଟ୍ଟନାୟକ: ସୌମ୍ୟଙ୍କର ୬ କୋଟି ୫୭ ଲକ୍ଷ ୫୫ ହଜାର ଟଙ୍କାର ଅସ୍ଥାବର ଓ ୧୧ କୋଟି ୫୨ ଲକ୍ଷ ୭୫ ହଜାର ଟଙ୍କା ସ୍ଥାବର ସଂପତ୍ତି ରହିଛି। ସୌମ୍ୟଙ୍କ ତାଙ୍କ ପତ୍ନୀ ସୁଦତ୍ତା ପଟ୍ଟନାୟକଙ୍କ ନାଁରେ ୧ କୋଟି ୨୫ ଲକ୍ଷ ୮୭ ହଜାର ଟଙ୍କାର ଅସ୍ଥାବର ସଂପତ୍ତି ଓ ୨ କୋଟି ୧୨ ଲକ୍ଷ ଟଙ୍କା ସ୍ଥାବର ସଂପତ୍ତି ରହିଛି। ସୌମ୍ୟଙ୍କର ୩ କୋଟି ଓ ତାଙ୍କ ପତ୍ନୀଙ୍କ ନାଁରେ ୬୮ ଲକ୍ଷ ଋଣ ରହିଛି।

ପ୍ରଶାନ୍ତ ନନ୍ଦ: ଚଳଚ୍ଚିତ୍ର ଅଭିନେତା ଓ ନିର୍ଦ୍ଦେଶକରୁ ରାଜନେତା ହୋଇଥିବା ପ୍ରଶାନ୍ତ ନନ୍ଦଙ୍କର ଅସ୍ଥାବର ସଂପତ୍ତିର ପରିମାଣ ୨୯ ଲକ୍ଷ ୨୦ ହଜାର ଟଙ୍କା। ଆଉ ସ୍ଥାବର ସଂପତ୍ତିର ପରିମାଣ ୫୦ ଲକ୍ଷ ଟଙ୍କାର ସ୍ଥାବର ସଂପତ୍ତି ରହିଛି। ତାଙ୍କ ପତ୍ନୀଙ୍କ ନାଁରେ ୨ କୋଟି ୮ ଲକ୍ଷର ସ୍ଥାବର ଓ ୭୮ ଲକ୍ଷ ୩୩ ହଜାର ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଥିବା ପ୍ରଶାନ୍ତ ସତ୍ୟପାଠରେ ଦର୍ଶାଇଛନ୍ତି।

ଡ ଅଚ୍ୟୁତ ସାମନ୍ତ: ସମାଜସେବୀରୁ ରାଜନେତା ବନିଥିବା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସବୁଠାରୁ ଗରିବ ପ୍ରାର୍ଥୀ। ତାଙ୍କର ସ୍ଥାବର ସମ୍ପତ୍ତିର ମୂଲ୍ୟ ୧ ଲକ୍ଷ ୮୬ ହଜାର ଟଙ୍କା। ସେହିପରି ୪ ଲକ୍ଷ ୧୨ ହଜାର ଟଙ୍କାର ଅସ୍ଥାବର ସମ୍ପତ୍ତି ଥିବା ଅଚ୍ୟୁତ ସତ୍ୟପାଠରେ ଦର୍ଶାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story