କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମୌସୁମୀ ପ୍ରଭାବରେ କେରଳର ଅନେକ ସ୍ଥାନରେ ବର୍ଷା ହୋଇଛି। ୪୮ ଘଣ୍ଟା ମଧ୍ୟରେ ଏହା ଆଭ୍ୟନ୍ତରୀଣ କର୍ଣ୍ଣାଟକ ଛୁଇଁବ। ତେବେ ଓଡ଼ିଶା ସମେତ ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଗୋଆ, ମଧ୍ୟପ୍ରଦେଶ ଓ ଛତିଶଗଡ଼ର କିଛି ଅଞ୍ଚଳରେ କାଳବୈଶାଖୀ ବର୍ଷା ଜାରି ରହିପାରେ ବୋଲି ବିଭାଗ କହିଛି। ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାରେ ଏବେ ବି ଗ୍ରୀଷ୍ମ […]

Monsoon_Rain

Monsoon_Rain

Rakesh Mallick
  • Published: Tuesday, 29 May 2018
  • Updated: 29 May 2018, 12:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମୌସୁମୀ ପ୍ରଭାବରେ କେରଳର ଅନେକ ସ୍ଥାନରେ ବର୍ଷା ହୋଇଛି। ୪୮ ଘଣ୍ଟା ମଧ୍ୟରେ ଏହା ଆଭ୍ୟନ୍ତରୀଣ କର୍ଣ୍ଣାଟକ ଛୁଇଁବ।

ତେବେ ଓଡ଼ିଶା ସମେତ ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଗୋଆ, ମଧ୍ୟପ୍ରଦେଶ ଓ ଛତିଶଗଡ଼ର କିଛି ଅଞ୍ଚଳରେ କାଳବୈଶାଖୀ ବର୍ଷା ଜାରି ରହିପାରେ ବୋଲି ବିଭାଗ କହିଛି। ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାରେ ଏବେ ବି ଗ୍ରୀଷ୍ମ ପ୍ରବାହ ଜାରି ରହିଛି। କିଛିଦିନର ବ୍ୟବଧାନ ପରେ ଟିଟିଲାଗଡ଼ରେ ତାପମାତ୍ରା ପୁଣି ୪୪ ଡିଗ୍ରୀରେ ପହଞ୍ଚିଛି। ହେଲେ ଉପକୂଳବାସୀଙ୍କୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଜୁନ୍ ପ୍ରଥମ ସପ୍ତାହରେ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ସାହୁଙ୍କ ସୂଚନା ଦେଇଛନ୍ତି। ୨ ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ୧ରୁ ବର୍ଷା ହେବା ସମ୍ଭାବନା ଥିବା  ପାଣିପାଗ ବିଭାଗ କହିଛି।

ସୂଚନାଯୋଗ୍ୟ, ଆସନ୍ତା ୨୯ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos