ଅଲାରନାଥଙ୍କ ଓଠ ପୋଡ଼ିଗଲା କେମିତି ?

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଗତକାଲି ଥିଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ନାନ ଯାତ୍ରା। ଅତ୍ୟଧିକ ସ୍ନାନ କରି ପ୍ରବଳ ଜ୍ୱରରେ ପଡ଼ିଛନ୍ତି କାଳିଆ ଠାକୁର। ଏବେ ଅଣସର ଘରେ ଠାକୁରମାନେ ଥିବା ବେଳେ ୧୫ ଦିନ ଯାଏ ତାଙ୍କୁ ଦେଖିବା ମନା। ଜଗନ୍ନାଥ ଦର୍ଶନରୁ ବଞ୍ଚିତ ଭକ୍ତମାନଙ୍କ ସୁଅ ଛୁଟିଛି ଏବେ ଅଲାରନାଥ ପୀଠକୁ। କଥାରେ ଅଛି ଅଣସର ବେଳେ ଅଲାରନାଥଙ୍କ ଦର୍ଶନ ଜଗନ୍ନାଥ ଦର୍ଶନର ଫଳ ଦେଇଥାଏ। ପୁରୀ ଜିଲ୍ଲା ବ୍ରହ୍ମଗିରିସ୍ଥିତ ଅଲାରନାଥ ପୀଠର ବୈଚିତ୍ୟ ବି […]

alarnath

alarnath

Rakesh Mallick
  • Published: Friday, 29 June 2018
  • Updated: 29 June 2018, 07:20 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଗତକାଲି ଥିଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ନାନ ଯାତ୍ରା। ଅତ୍ୟଧିକ ସ୍ନାନ କରି ପ୍ରବଳ ଜ୍ୱରରେ ପଡ଼ିଛନ୍ତି କାଳିଆ ଠାକୁର। ଏବେ ଅଣସର ଘରେ ଠାକୁରମାନେ ଥିବା ବେଳେ ୧୫ ଦିନ ଯାଏ ତାଙ୍କୁ ଦେଖିବା ମନା। ଜଗନ୍ନାଥ ଦର୍ଶନରୁ ବଞ୍ଚିତ ଭକ୍ତମାନଙ୍କ ସୁଅ ଛୁଟିଛି ଏବେ ଅଲାରନାଥ ପୀଠକୁ। କଥାରେ ଅଛି ଅଣସର ବେଳେ ଅଲାରନାଥଙ୍କ ଦର୍ଶନ ଜଗନ୍ନାଥ ଦର୍ଶନର ଫଳ ଦେଇଥାଏ।

ପୁରୀ ଜିଲ୍ଲା ବ୍ରହ୍ମଗିରିସ୍ଥିତ ଅଲାରନାଥ ପୀଠର ବୈଚିତ୍ୟ ବି କମ୍‌ ନୁହେଁ। ଠିକ୍‌ ଜଗନ୍ନାଥ ମନ୍ଦିର ଭଳି। କଳାମୁଗୁନି ପଥରର ଚତୁର୍ଭୁଜ ବିଷ୍ଣୁ ମୂର୍ତ୍ତିଙ୍କୁ ଏଠାରେ ପୂଜା କରାଯାଏ। ଅଲବାର ସମ୍ପଦାୟର ବ୍ରାହ୍ମଣମାନଙ୍କ ଆରାଧ୍ୟ ଏହି ବିଗ୍ରହଙ୍କ ଅଧର ବା ଓଠ ତଳେ ଓ ହାତରେ ରହିଛି ପୋଡା ଚିହ୍ନ। ତା’ ହେଲେ ଆସନ୍ତୁ ଜାଣିବା ଠାକୁରଙ୍କ ମୁହଁ ପୋଡିଯିବା ପଛରେ କ’ଣ ରହିଛି କାହାଣୀ।

ପ୍ରଭୁ ଅଲାରନାଥଙ୍କୁ ପୂଜା କରୁଥିବା ଜଣେ ବ୍ରାହ୍ମଣ ଦିନେ ତୀର୍ଥ କରି ବାହାରିଲେ। ଘରେ ଥିଲେ ତାଙ୍କର ୧୨ ବର୍ଷର ପୁଅ ଓ ପତ୍ନୀ। ବ୍ରାହ୍ମଣ ଜଣକ ଅଲାରନାଥଙ୍କ ପରମ ଭକ୍ତ ଥିଲେ। ଗୋଧୋଇବାଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ସବୁକାମରେ ଠାକୁରଙ୍କ ନାମ ଜପ କରୁଥାନ୍ତି। ହେଲେ ସେ ତୀର୍ଥ ବାହାରିବା ପରେ କିଏ ଠାକୁରଙ୍କ ସେବା କରିବ ସେ ନେଇ ଚିନ୍ତିତ ହୋଇପଡ଼ିଲେ।

ବହୁ ଚିନ୍ତା କରିବା ପରେ ବ୍ରାହ୍ମଣ ସମସ୍ତ ଦାୟିତ୍ୱ ନିଜ ୧୨ ବର୍ଷର ପୁଅକୁ ଦେଇଥିଲେ। ଆଉ କହିଥିଲେ- ‘ଠାକୁରଙ୍କୁ ଭୋଗ ଲଗାଇ ନିଜେ ଖାଇବୁ, ଠାକୁରଙ୍କୁ ନ ଖାଇବା ଯାଏଁ ଘରକୁ ଫେରିବୁନି।’ ୧୨ ବର୍ଷର ପିଲାଟିଏ। ସେ ବା କ’ଣ ରୋଷେଇ କରି ଠାକୁରଙ୍କୁ ଭୋଗ ଲଗାଇବ ? ତେଣୁ ପ୍ରତିଦିନ ଘରେ ତା ମା’ ଯାହା ରୋଷେଇ କରି ଦିଅନ୍ତି ସେ ତାକୁ ନେଇ ଠାକୁରଙ୍କୁ ଖାଇବାକୁ ଦିଏ।

ବିଗ୍ରହଙ୍କ ସମ୍ମୁଖରେ ଭୋଗ ରଖି ବାଳକ ଜଣକ କୁହନ୍ତି – “ଆସ ଅଲାରେ ଖାଅ ଖିରି, ବାପା ଯାଇଛନ୍ତି ତୀର୍ଥ କରି”। ଆଉ ଏହି କଥା କହି ସେ ମନ୍ଦିର ଦୁଆର ବନ୍ଦ କରି ବାହାରକୁ ଖେଳିବାକୁ ଚାଲି ଯାଆନ୍ତି। ବାପଙ୍କ କଥା ରଖି ଠାକୁର ନ ଖାଇବା ଯାଏ ସେ ଫେରନ୍ତି ନାହିଁ। ପିଲାଟିର ଭକ୍ତି ଦେଖି ପ୍ରଭୁ ଅଲାରନାଥ ସବୁଦିନ ଖିରି ପ୍ରସାଦ ଖାଇ ଦିଅନ୍ତି ଆଉ ସେ ବ୍ରାହ୍ମଣ ବାଳକଟି ଖାଲି ପାତ୍ର ଧରି ଘରକୁ ଫେରେ।

ଭୋଗ ନ ଆଣି ଖାଲି ପାତ୍ର ଧରି ଆସୁଥିବାରୁ ତା ମା’ ଚିନ୍ତିତ ହୋଇପଡନ୍ତି। ବୋଧହୁଏ ପିଲାଟି ନିଜେ ସବୁ ଖିରି ଖାଇଦେଉଛି ଆଉ ଘରକୁ ଖାଲି ପାତ୍ର ଧରି ଫେରୁଛି ବୋଲି ଭାବନ୍ତି। ହେଲେ ବ୍ରାହ୍ମଣ ବାଳକଙ୍କ ଏକା ଜିଦ୍‌ ଠାକୁର ହିଁ ଖିରି ଖାଉଛନ୍ତି।

ଏମିତି ଦେଖୁ ଦେଖୁ କେତେଦିନ ବିତିଗଲା । ତୀର୍ଥରୁ ଫେରିବା ପରେ ବ୍ରାହ୍ମଣ ଜଣକ ଏ କଥା ଶୁଣି ପୁଅ ସତ କହୁଛି କି ମିଛ ତାର ପରୀକ୍ଷା କରିବାକୁ ଯାଆନ୍ତି। ଆଉ ପୂର୍ବବତ୍‌ ପୁଅ ଭୋଗ ଲାଗାଇ ମନ୍ଦିର ଦ୍ୱାର ବନ୍ଦ କରି ଆସିବା ପରେ ବ୍ରାହ୍ମଣ ଜଣକ ଗର୍ଭଗୃହକୁ ପଶି ଯାଆନ୍ତି। ଜଣେ ବାଳକ ବେଶରେ ସ୍ୱୟଂ ଭଗବାନ ଖିରି ଖାଉଥିବା ବେଳେ ସେ ତାଙ୍କ ହାତ ଧରିପକାନ୍ତି। ଆଉ ଏତିକି ବେଳେ ତତଲା ଖିରିରେ ପୋଡିଯାଏ ଠାକୁରଙ୍କ ଓଠ ଓ ହାତ।

ଆଜି ବି ଅଲାରନାଥ ଦର୍ଶନରେ ଯାଉଥିବା ଭକ୍ତଙ୍କୁ ମନ୍ଦିର ପୂଜକ ଠାକୁରଙ୍କ ପୋଡା ଅଧର ଓ ହାତ ଦେଖାନ୍ତି। ଆଉ କୁହନ୍ତି ଠାକୁରଙ୍କ ବିଗ୍ରହର ଏହି ଅଲୌକିକ କାହାଣୀ। ବ୍ରାହ୍ମଣ ପୁଅର ସ୍ମୃତିରେ ଆଜି ବି ଠାକୁରଙ୍କ ପାଖରେ ବଢାଯାଏ ଖିରି ପ୍ରସାଦ। ଯାହା ଅଲାରନାଥଙ୍କ ସୁବୁଠାରୁ ପ୍ରିୟ ପ୍ରସାଦ।

ଚୈତନ୍ୟ ମହାପ୍ରଭୁଙ୍କ ଆଗମନ ସମୟରେ ମଧ୍ୟ ଏଠାରେ ଠାକୁର ନିଜର ଅଲୌକିକତା ଦେଖାଇଥିଲେ। ପୁରୀରେ ଅନବସର ବେଳେ ଚୈତନ୍ୟ ମହାପ୍ରଭୁ ଜଗନ୍ନାଥ ଦର୍ଶନରୁ ବଞ୍ଚିତ ହୋଇ ଦୁଃଖିତ ଥିବା ବେଳେ ତାଙ୍କୁ ଅଲାରନାଥ ଦର୍ଶନ ପାଇଁ ହୋଇଥିଲା ସ୍ୱପ୍ନାଦେଶ। ଆଉ ଏଠାରେ ସେ ଠାକୁରଙ୍କୁ ଦର୍ଶନ କରିବା ପରେ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ। ଯାହାର ପ୍ରଭାବରେ ଏକ ପଥର ତରଳି ଯାଇଥିଲା। ଆଜି ମଧ୍ୟ ଏହି ପଥର ଅଲାରନାଥ ମନ୍ଦିରରେ ସୁରକ୍ଷିତ ଅଛି ଓ ପୂଜା ପାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story