ଆଗୁଆ ନିର୍ବାଚନ ପାଇଁ ରାଜ୍ୟରେ ଜୋରଦାର ସଜବାଜ

ଭୁବନେଶ୍ୱର (ଓଡିଶା ରିପୋର୍ଟର ): ଆଗୁଆ ନିର୍ବାଚନ ପାଇଁ ଜାତୀୟ ନିର୍ବାଚନ କମିଶନ ଏବେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଉତ୍ତରପ୍ରଦେଶରୁ ଏକଲକ୍ଷ ଇଭିଏମ୍ ମେସିନ ଓଡିଶାକୁ ଆଣିବା ପାଇଁ କମିଶନଙ୍କ ତତ୍ପରତା ପରେ ରାଜ୍ୟରେ ଆଗୁଆ ନିର୍ବାଚନ ହେବାର ସମ୍ଭାବନା ବୃଦ୍ଧି ପାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ବିଭିନ୍ନ ପର୍ଯ୍ୟାୟରେ ଅତିରିକ୍ତ ଜିଲ୍ଲାପାଳମାନଙ୍କ ସହ ବୈଠକ କରି ପୋଲିଂ ବୁଥ୍ ଗୁଡ଼ିକର ପୁନର୍ଗଠନ ଓ ନିର୍ବାଚନରେ ସରକାରୀ କର୍ମଚାରୀଙ୍କ […]

evmstrongroom

evmstrongroom

Rakesh Mallick
  • Published: Saturday, 28 July 2018
  • Updated: 28 July 2018, 09:48 PM IST

Sports

Latest News

ଭୁବନେଶ୍ୱର (ଓଡିଶା ରିପୋର୍ଟର ): ଆଗୁଆ ନିର୍ବାଚନ ପାଇଁ ଜାତୀୟ ନିର୍ବାଚନ କମିଶନ ଏବେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଉତ୍ତରପ୍ରଦେଶରୁ ଏକଲକ୍ଷ ଇଭିଏମ୍ ମେସିନ ଓଡିଶାକୁ ଆଣିବା ପାଇଁ କମିଶନଙ୍କ ତତ୍ପରତା ପରେ ରାଜ୍ୟରେ ଆଗୁଆ ନିର୍ବାଚନ ହେବାର ସମ୍ଭାବନା ବୃଦ୍ଧି ପାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ବିଭିନ୍ନ ପର୍ଯ୍ୟାୟରେ ଅତିରିକ୍ତ ଜିଲ୍ଲାପାଳମାନଙ୍କ ସହ ବୈଠକ କରି ପୋଲିଂ ବୁଥ୍ ଗୁଡ଼ିକର ପୁନର୍ଗଠନ ଓ ନିର୍ବାଚନରେ ସରକାରୀ କର୍ମଚାରୀଙ୍କ ନିଯୁକ୍ତି ଆଦି ପ୍ରକ୍ରିୟା କାର୍ଯ୍ୟକୁ ଚଳିତମାସ ଶେଷ ସୁଦ୍ଧା ସାରିବାକୁ କଡ଼ା ତାଗିଦ୍ କରିଛନ୍ତି । ନିର୍ବାଚନ କମିଶନଙ୍କ ଅନୁରୋଧ ପରେ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୨ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଇଭିଏମ୍ ମେସିନ୍ ଆଣିବାର ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ଓଏମସିରେ ସ୍ୱତନ୍ତ୍ର ଅଫିସର ଥିବା ମନୋଜ କୁମାର ସ୍ୱାଇଁ ଓ ଇଡକୋର ଲ୍ୟାଣ୍ଡ ଅଫିସର କୈଳାସ ଚନ୍ଦ୍ର ସ୍ୱାଇଁଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ଇଭିଏମ୍ ସ୍ଥାନାନ୍ତର କାର୍ଯ୍ୟ ଶେଷ କରିବାକୁ ଆଦେଶ ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos