ଓଡ଼ିଶାରେ ଏହି ୩ଟି ପର୍ଯ୍ୟଟନସ୍ଥଳୀକୁ ସି-ପ୍ଲେନ ସେବା ଆରମ୍ଭ କରିବାକୁ ପ୍ରସ୍ତାବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ସି-ପ୍ଲେନ ସେବା ଆରମ୍ଭ ହେବ। ଏଥିଲାଗି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ବିମାନସେବା ପ୍ରଦାନକାରୀ କମ୍ପାନୀ ‘ସ୍ପାଇସ ଜେଟ୍’। ଭୁବନେଶ୍ୱରରୁ ପୁରୀ ଭାୟା ଚିଲିକା, ଭୁବନେଶ୍ୱରରୁ ଚାନ୍ଦିପୁର ଭାୟା ଭିତରକନିକା ଓ ଭୁବନେଶ୍ୱରରୁ ହୀରାକୁଦ ଡ୍ୟାମ ମଧ୍ୟରେ ସି-ପ୍ଲେନ ଚଳାଇବା ଲାଗି ରାଜ୍ୟ ସରକାରଙ୍କୁ ‘ସ୍ପାଇସ ଜେଟ୍’ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଏସବୁ ସ୍ଥାନ ମଧ୍ୟରେ ସି-ପ୍ଲେନ ଚଳାଚଳ କରିବା କେତେ ସମ୍ଭବ ସେନେଇ ଫିଜିବିଲଟି ଷ୍ଟଡି, ଏହି ତିନି ସ୍ଥାନର ପର୍ଯ୍ୟଟନ କ୍ଷମତା ଓ ଆଞ୍ଚଳିକ ଆବଶ୍ୟକତା ଦେଖି କମ୍ପାନୀ ନିଜର ଡିପିଆର ପ୍ରସ୍ତୁତ କରୁଥିବା ଜଣାଇଛି।

ସେପଟେ ସ୍ପାଇସ ଜେଟ୍‌ରେ ପ୍ରସ୍ତାବ ପାଇବା ପରେ ଆବଶ୍ୟକ ପଦକ୍ଷେପ ନେବାକୁ ପର୍ଯ୍ୟଟନ ବିଭାଗକୁ ଚିଠି ଲେଖିଛି ସାଧାରଣ ପ୍ରଶାସନ ବିଭାଗ। ଓ୍ୱାଟର ଏରୋଡ୍ରୋମ ପ୍ରତିଷ୍ଠା କେତେଦୂର ସମ୍ଭବ, ସେନେଇ କମ୍ପାନୀ ଓ ଏୟାରପୋର୍ଟସ୍‌ ଅଥରିଟି ଅଫ୍ ଇଣ୍ଡିଆ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାକୁ ପର୍ଯ୍ୟଟନ ବିଭାଗକୁ କୁହାଯାଇଛି।

Previous ArticleNext Article

Send this to a friend