ସିରିଡିସାଇ ଇଷ୍ଟେଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଚିଟ୍‌ଫଣ୍ଡ ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତି ହେବ

chitfund

କଟକ: ସିରିଡିସାଇ ଇଷ୍ଟେଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଚିଟ୍‌ଫଣ୍ଡ ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତି ହେବ। ଏହି ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତ। ସଂସ୍ଥା ନାମରେ ଥିବା ୨୬ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଏବଂ ଦୁଇଟି ମୂଲ୍ୟବାନ ଗାଡ଼ି(ଫୋର୍ଡ ଏନ୍‌ଡିଏଭର ଏସ୍‌ୟୁଭି, ଫୋର୍ଡ ଫିଏଷ୍ଟା)କୁ ସର୍ବ ସାଧାରଣରେ ନିଲାମ କରାଯିବ। ଏହି ନିଲାମରୁ ପ୍ରାପ୍ତ ଅର୍ଥକୁ କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧ୍ୟରେ ବାଣ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସିରିଡିସାଇ ଇଷ୍ଟେଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଚିଟ୍‌ଫଣ୍ଡ ସଂସ୍ଥା ବାଲେଶ୍ୱର ଜିଲ୍ଲା ସୋରରେ ଶାଖା ଖୋଲି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଥିଲା। ଏହି ମାମଲାକୁ ଅଦାଲତ ବିଚାର କରି ଉପରୋକ୍ତ ରାୟ ଶୁଣାଇଛନ୍ତି।

Previous ArticleNext Article

Send this to a friend