ବିଜେଡି ସ୍ଥିତିକୁ ନେଇ ଏମିତି କହିଲେ ବୈଜୟନ୍ତ
ଭୁବନେଶ୍ୱର(ଓଡିଶା ରିପୋର୍ଟର): ଜାତୀୟସ୍ତରର ପତ୍ରିକା ସ୍ୱରାଜ୍ୟକୁ ସାକ୍ଷତକାର ଦେଇ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ନବୀନଙ୍କ ସମ୍ପର୍କରେ ପୁଣି କିଛି କହିଛନ୍ତି। ତାଙ୍କ ମତରେ ଏଯାଏଁ ନିଜ ଭାବମୂର୍ତ୍ତି ବଜାୟ ରଖିବାରେ ନବୀନ ସଫଳ ହୋଇଥିଲେ ମଧ୍ୟ ଦୁର୍ନୀତି ଓ ଗୁଣ୍ଡାଗର୍ଦ୍ଦି ଯୋଗୁଁ ତୃଣମୂଳସ୍ତରରେ କର୍ମୀ ଲୋକଙ୍କ ଆସ୍ଥା ହରାଉଛନ୍ତି ସେ। ୨୦୧୨ର ବହୁଚର୍ଚ୍ଚିତ ବିଜେଡି ବିଦ୍ରୋହ ପରେ ପ୍ୟାରୀଙ୍କ ପତ୍ତନ ଓ ପାଣ୍ଡିଆନଙ୍କ ପ୍ରଭାବ ବିସ୍ତାର ପରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି ବୈଜୟନ୍ତ।
ବିଜେଡି ଛାଡ଼ିବା ପରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ମୁହଁ ଖୋଲି ନ ଥିଲେ ମଧ୍ୟ ତାଙ୍କ ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ଥମୁନି । ହେଲେ ଗତକାଲି ଜାତୀୟ ପତ୍ରିକା ସ୍ୱରାଜ୍ୟରେ ପ୍ରକାଶିତ ସାକ୍ଷାତକାରେ ରାଜ୍ୟ ରାଜନୀତିକୁ ନେଇ ଖୋଲା ମତବ୍ୟକ୍ତ କରିଛନ୍ତି ବୈଜୟନ୍ତ।  କ୍ଷମତାକୁ ଆସିବା ଲାଗି ବିଜେଡିର ସଂଘର୍ଷଠୁ ଆରମ୍ଭ କରି ପ୍ୟାରୀଙ୍କ ବିଦ୍ରୋହ, ପାଣ୍ଡିଆନଙ୍କ ଉତ୍ଥାନ, ନବୀନଙ୍କ ଭାବମୂର୍ତ୍ତୀ ଓ ଦଳର ଭବିଷ୍ୟତ ଉପରେ ସେ ଆଲୋକପାତ କରିଛନ୍ତି  ।
ଦଳର ବର୍ତ୍ତମାନର ସ୍ଥିତି ଉପରେ ଆଲୋକପାତ କରି ବୈଜୟନ୍ତ କହିଛନ୍ତି ଯେ, ବ୍ରାଣ୍ଡ ନବୀନ ଏବେ ବି ବିଜେଡିର ସବୁଠୁ ବଡ଼ ତାକତ୍ । ଦଶନ୍ଧି ଧରି ବହୁ ପରିଶ୍ରମ ପରେ ଦଳ ନିଜ ଛବି ତିଆରି କରିଥିଲା। ନବୀନଙ୍କ କେତେକ ନିର୍ଭିକ ନିଷ୍ପତ୍ତି ଏହାକୁ ଅଧିକ ମଜଭୁତ କରିଥିଲା। ମାତ୍ର ମାତ୍ରାଧିକ ଦୁର୍ନୀତି ଓ ଗୁଣ୍ଡାଗର୍ଦ୍ଦି ଯୋଗୁଁ  ବିଜେଡି ଭିତରେ ଭିତରେ ଘୁଣ ଖାଇ ଗଲାଣି ଓ ତୃଣମୂଳସ୍ତରର କର୍ମୀ ଲୋକଙ୍କ ଆସ୍ଥା ହରାଉଛନ୍ତି।
ବିଜେଡିର ଭବିଷ୍ୟତ ନେଇ ବୈଜୟନ୍ତ କହିଛନ୍ତି ଯେ, ୧୮ ବର୍ଷ ଶାସନରେ ରହିଥିଲେ ମଧ୍ୟ ବିଜେଡିର କ୍ଷୁଧା କମିନାହିଁ । କଳେବଳେ କୌଶଳେ ସଫଳତା ପାଇବାକୁ  ଦଳ ଭିତରେ ଏବେବି ଅଦମ୍ୟ ଇଛାଶକ୍ତି ଓ ଭୋକ ରହିଛି। ଏହାର ସମକକ୍ଷ ହେବା ଲାଗି କଂଗ୍ରେସ ଓ ବିଜେପି ସମର୍ଥ ନୁହନ୍ତି । ନିର୍ବାଚନ ପର୍ଯ୍ୟନ୍ତ  ବିଜେଡି, ବିଜେପି ଓ କଂଗ୍ରେସଠାରୁ ସମଦୂରତ୍ୱ ରଖିବ। ତେବେ ନିର୍ବାଚନ ପରେ ନିଜ ଫାଇଦାକୁ ଦେଖି ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି । ତେବେ ବିଜେଡିର ସୁଦୃଢ଼ ସ୍ଥିତିକୁ ନେଇ ବୈଜୟନ୍ତ କହିଛନ୍ତି, ବିଶ୍ୱସନୀୟ ବିକଳ୍ପ ସାମ୍ନାକୁ ଆସିଲେ ସ୍ଥିତି ବଦଳିପାରେ । ରାଜନୀତିରେ ସପ୍ତାହେ ଯଥେଷ୍ଟ, ନିର୍ବାନକୁ ତ ଅନେକ ମାସ ବାକି ଅଛି   ।
Ordigital Desk
• Published: Thursday, 31 May 2018
• Updated: 31 May 2018, 08:32 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos