ତୈଳ ବଜାରରେ ନିଆଁ: ପେଟ୍ରୋଲ ପମ୍ପ ଆଗରେ ପ୍ରତିବାଦ କରିବ ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ି ବଢ଼ି ଚାଲିଛି। ଏନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛି ବିଜେଡି। ଏହାର ପ୍ରତିବାଦ କରି ଆଜି ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବ ବିଜେଡି।  ବିଜେଡିର ଯୁବ ଓ ଛାତ୍ରବାହିନୀ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବ। ଲିଫଲେଟ୍ ବାଣ୍ଟି ବିଜେଡି କର୍ମୀ ଲୋକଙ୍କୁ ସଚେତନ କରାଇବେ।

ଗତକାଲି ମଧ୍ୟ ବିଜେଡି ପକ୍ଷରୁ ଯାଜପୁର ଜିଲ୍ଲା ବଡଚଣାରେ ଥିବା ପେଟ୍ରୋଲ ପମ୍ପରେ ଧାରଣା ଦିଆଯାଇଥିଲା। ତେବେ ବିଜେପି ଏହାର ଜବାବ ରଖିଛି। ଦଳ କହିଛି,” ଲୋକଙ୍କୁ ଭୁତେଇବା ପାଇଁ ବିଜେଡି ରାଜନୀତି ପାଇଁ ଏଭଳି ଆନ୍ଦୋଳନ କରୁଛି।”

Previous ArticleNext Article

Send this to a friend