ଅନଶନ ଓ ସତ୍ୟାଗ୍ରହରେ ବସିଲେ ଶହ ଶହ ଚାଷୀ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆଜିଠାରୁ ଭୁବନେଶ୍ୱର ଲୋୟର ପିଏମଜିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଓ ସତ୍ୟାଗ୍ରହ ଆରମ୍ଭ କରିଛନ୍ତି ଚାଷୀ। ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍‌ସନ ଦାବିରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷୀମାନେ ଏକାଠି ହୋଇଛନ୍ତି। ରାଜ୍ୟର ବିଭନ୍ନ ସ୍ଥାନରୁ ଶହ ଶହ ଚାଷୀ ଆସି ପହଞ୍ଚିଛନ୍ତି ଲୋୟର ପିଏମଜିରେ।  ୩୬ ଲକ୍ଷ ଚାଷୀଙ୍କ ପାଇଁ ୨୦ ବର୍ଷ ବୟସରୁ ମାସିକ ୫ ହଜାର ଟଙ୍କା ହିସାବରେ ଚାଷୀ ସୁରକ୍ଷା ଭତ୍ତା, ଧାନ କ୍ୱିଣ୍ଟାଲ ପିଛା ୫ ହଜାର ଟଙ୍କା ପ୍ରଦାନ, ଚାଷୀଙ୍କ ଲାଗି ବଜେଟ୍‌ରେ ବାର୍ଷିକ ୨୧ ହଜାର ୬୦୦ କୋଟି ଟଙ୍କାରେ ବ୍ୟବସ୍ଥା ଆଦି ଦାବିରେ ଏହି ସତ୍ୟାଗ୍ରହ ଆରମ୍ଭ ହୋଇଛି।

Previous ArticleNext Article

Send this to a friend