ଶିକ୍ଷକ ଆନ୍ଦୋଳନକୁ ସମର୍ଥନ କଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଦାବିପୂରଣ ପାଇଁ ଆନ୍ଦୋଳନ ଚଳାଇଥିବା ଶିକ୍ଷକଙ୍କ ଛାତ୍ରଛାତ୍ରୀଙ୍କ ସମର୍ଥନ ମିଳିଛି। ଆନ୍ଦୋଳନରତ ଶିକ୍ଷକଙ୍କ ସହ ସାମିଲ ହୋଇଛନ୍ତି। ଛାତ୍ରଛାତ୍ରୀ। ଆଜି ଭୁବନେଶ୍ୱର ବିଜେବି କଲେଜ ଓ ବାଲେଶ୍ୱର ଏଫ୍.ଏମ କଲେଜେର ଆନ୍ଦୋଳନ ଚଳାଇଥିବା ଶିକ୍ଷକଙ୍କୁ ସମର୍ଥନ ଜଣାଇଛନ୍ତି ଛାତ୍ରଛାତ୍ରୀ। ଶିକ୍ଷକମାନଙ୍କ ଦାବି ଅନୁସାରେ ସରକାର ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରି ନଥିବାରୁ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଆନ୍ଦୋଳନ ଜାରି ରଖିଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।

ଏହାସହ ଯୁକ୍ତ ୨ ଖାତା ମୂଲ୍ୟାୟନ ବର୍ଜନ ନିଷ୍ପତ୍ତିରେ ମଧ୍ୟ ଶିକ୍ଷକ ଅଟଳ ଅଛନ୍ତି। ଫଳରେ ଖାତାଦେଖାରେ ବ୍ୟାଘାତ ହେଉଛି। ଏହି କାରଣରୁ ଚଳିତବର୍ଷ +୨ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହେବାର ଆଶଙ୍କା ଦେଖା ଦେଇଛି।

ସୂଚନାଯୋଗ୍ୟ, ଖାତା ଦେଖିବା ପାଇଁ ୫୮୦୦ ଶିକ୍ଷକଙ୍କୁ ଡକା ଯାଇଥିଲା। ହେଲେ ଅଧାରୁ ଅଧିକ ପରୀକ୍ଷକ ଯୋଗଦେଇନାହାନ୍ତି।

ଅଧ୍ୟାପକଙ୍କ ଏଭଳି ଆଭିମୁଖ୍ୟକୁ ଦେଖି ଗତ ଦୁଇଦିନ ତଳେ ସିଏଚ୍ଏସ୍ଇ ପକ୍ଷରୁ ଥାନାରେ ଏତଲା ଦିଆଯିବ ବୋଲି ଚେତାବନୀ ଦିଆଯାଇଥିଲା। ଏହାସତ୍ତ୍ୱେ ବି ଆନ୍ଦୋଳନରୁ ଓହରି ନାହାଁନ୍ତି ଅଧ୍ୟାପକ।

Ordigital Desk
• Published: Monday, 09 April 2018
• Updated: 09 April 2018, 04:25 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଦାବିପୂରଣ ପାଇଁ ଆନ୍ଦୋଳନ ଚଳାଇଥିବା ଶିକ୍ଷକଙ୍କ ଛାତ୍ରଛାତ୍ରୀଙ୍କ ସମର୍ଥନ ମିଳିଛି। ଆନ୍ଦୋଳନରତ ଶିକ୍ଷକଙ୍କ ସହ ସାମିଲ ହୋଇଛନ୍ତି। ଛାତ୍ରଛାତ୍ରୀ। ଆଜି ଭୁବନେଶ୍ୱର ବିଜେବି କଲେଜ ଓ ବାଲେଶ୍ୱର ଏଫ୍.ଏମ କଲେଜେର ଆନ୍ଦୋଳନ ଚଳାଇଥିବା ଶିକ୍ଷକଙ୍କୁ ସମର୍ଥନ ଜଣାଇଛନ୍ତି ଛାତ୍ରଛାତ୍ରୀ। ଶିକ୍ଷକମାନଙ୍କ ଦାବି ଅନୁସାରେ ସରକାର ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରି ନଥିବାରୁ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଆନ୍ଦୋଳନ ଜାରି ରଖିଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।

ଏହାସହ ଯୁକ୍ତ ୨ ଖାତା ମୂଲ୍ୟାୟନ ବର୍ଜନ ନିଷ୍ପତ୍ତିରେ ମଧ୍ୟ ଶିକ୍ଷକ ଅଟଳ ଅଛନ୍ତି। ଫଳରେ ଖାତାଦେଖାରେ ବ୍ୟାଘାତ ହେଉଛି। ଏହି କାରଣରୁ ଚଳିତବର୍ଷ +୨ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହେବାର ଆଶଙ୍କା ଦେଖା ଦେଇଛି।

ସୂଚନାଯୋଗ୍ୟ, ଖାତା ଦେଖିବା ପାଇଁ ୫୮୦୦ ଶିକ୍ଷକଙ୍କୁ ଡକା ଯାଇଥିଲା। ହେଲେ ଅଧାରୁ ଅଧିକ ପରୀକ୍ଷକ ଯୋଗଦେଇନାହାନ୍ତି।

ଅଧ୍ୟାପକଙ୍କ ଏଭଳି ଆଭିମୁଖ୍ୟକୁ ଦେଖି ଗତ ଦୁଇଦିନ ତଳେ ସିଏଚ୍ଏସ୍ଇ ପକ୍ଷରୁ ଥାନାରେ ଏତଲା ଦିଆଯିବ ବୋଲି ଚେତାବନୀ ଦିଆଯାଇଥିଲା। ଏହାସତ୍ତ୍ୱେ ବି ଆନ୍ଦୋଳନରୁ ଓହରି ନାହାଁନ୍ତି ଅଧ୍ୟାପକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos