ରାଗିଂରେ ଆହତ ଛାତ୍ର ମୃତ: ପ୍ରତିବାଦରେ ରେଳରୋକ, ରାସ୍ତା ଜାମ

nn

କୁଚିଣ୍ଡା( ଓଡ଼ିଶା ରିପୋର୍ଟର): ବିଶାଖାପାଟଣାର ଏକ କଲେଜରେ ରାଗିଂ ଯୋଗୁଁ ଜଣେ ଛାତ୍ରଙ୍କ ମୃତ୍ୟୁ ପ୍ରତିବାଦରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଗଡ଼ପୋଷ ଆଜି ବନ୍ଦ ଡାକରା ଦିଆଯାଇଛି।  ରାଗିଂ କରିଥିବା ଅଭିଯୁକ୍ତଙ୍କୁ ଗିରଫ ଓ କ୍ଷତିପୂରଣ ଦାବିରେ ଆନ୍ଦୋଳନକାରୀ ଆଜି ଗଡ଼ପୋଷ ଷ୍ଟେସନରେ  ରେଳରୋକ କରିଛନ୍ତି। ବିଧାୟକ ରବି ନାଏକ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଏହାସହ ଗ୍ରାମବାସୀ ଗଡ଼ପୋଷ-ଧାମରା ରାସ୍ତା ଅବରୋଧ କରିଛନ୍ତି। ଅଭିଯୁକ୍ତଙ୍କୁ ଗିରଫ, କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ  ମୃତ ଛାତ୍ରଙ୍କ ପରିବାରକୁ ୧ କୋଟି ଟଙ୍କା ଦେବାକୁ ଆନ୍ଦୋଳନକାରୀ ଦାବି କରିଛନ୍ତି।

ଅଭିଯୋଗ ଅନୁସାରେ ଗଡ଼ପୋଷର ଶ୍ରେୟସ୍ କେଶରଓ୍ୱାନି ବିଶାଖାପାଟଣାର ଶ୍ରୀଚୈତନ୍ୟ କଲେଜରେ ପଢୁଥିଲେ।  ପ୍ରଶାନ୍ତି ହଷ୍ଟେଲରେ ସେ ରହୁଥିଲ। ସେଠାରେ ତାଙ୍କୁ ରାଗିଂ କରାଯିବାରୁ ଗୁରୁତର ହୋଇ ପଡ଼ିଥିଲେ। ଶ୍ରେୟସ୍  କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ବି କିଛି ଲାଭ ନ ମିଳିବାରୁ ପରିବାର ଲୋକେ ଶ୍ରେୟସଙ୍କୁ ଘରକୁ ଆଣିଥିଲେ।  ପ୍ରଥମେ ରାଉରକେଲାର ଏକ ହସ୍ପିଟାଲ, ପରେ ଭୁବନେଶ୍ୱରର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଇଥିଲା। ଚିକିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି।  ଏହାର ପ୍ରତିବାଦରେ  ଗଡ଼ପୋଷ ବନ୍ଦ ଡାକରା ଦିଆଯାଇଛି।  ଅନ୍ୟପକ୍ଷରେ ଅଭିଯୋଗ ନେଇ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି ।

Previous ArticleNext Article

Send this to a friend