ସ୍କିଲ୍ ଡେଭଲପମେଣ୍ଟ୍‌ ଅଥରିଟିର ଅଧ୍ୟକ୍ଷ ଭାବେ ଦାୟିତ ଗ୍ରହଣ କଲେ ସୁବ୍ରତ ବାଗଚି

bagchi

ଭୁବନେଶ୍ୱର: ସ୍କିଲ୍ ଡେଭଲପମେଣ୍ଟ୍‌ ଅଥରିଟିର ଅଧ୍ୟକ୍ଷ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସୁବ୍ରତ ବାଗଚି।

ଆଜିଠୁ ସେ ରାଜ୍ୟବ୍ୟାପୀ ନିଜର ଅଭିଯାନ ଆରମ୍ଭ କରିବେ। ୧୫ ଦିନ ଯାଏଁ ରାଜ୍ୟର ୩୦ଟି ଜିଲ୍ଲାକୁ ଯାଇ କୌଶଳ ବିକାଶ କ୍ଷେତ୍ରରେ ଯୋଜନା ପ୍ରସ୍ତୁତ କରିବେ। ଯୁବବର୍ଗଙ୍କୁ କିଭଳି ଦକ୍ଷ କରାଯିବ, ବାହାରୁ କେମିତି ଭଲ ଆଇଡିଆ ଅଣାଯାଇପାରିବ ଏବଂ ଓଡ଼ିଶାରେ ବିଶ୍ୱସ୍ତରର ମାନବ ସମ୍ୱଳ ସୃଷ୍ଟି କରାଯାଇ ପାରିବ, ସେ ନେଇ ପଦକ୍ଷେପ ନିଆଯିବ ବୋଲି ବାଗଚି କହିଛନ୍ତି।

ବାଗଚି ଦାୟିତ୍ୱ ଗ୍ରହଣ ପୂର୍ବରୁ ଗତକାଲି ସଚିବାଳୟ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏହା ପୂର୍ବରୁ ସେ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ ଆଶୀର୍ବାଦ ଭିକ୍ଷା କରିଥିଲେ।

Previous ArticleNext Article

Send this to a friend