ନାରୀକୁ ଏମାନେ ଦେଖାଇଛନ୍ତି ବାଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାରୀ ଶକ୍ତି ସ୍ୱରୂପା ଓ  ଅଗ୍ରପୂଜ୍ୟା। ନାନା ବାଧାବିଘ୍ନ ସତ୍ତ୍ୱେ ନିଜ ନିଷ୍ଠା ଓ ପରାକାଷ୍ଠା ସହ ସୃଷ୍ଟି କରିପାରେ ସ୍ୱତନ୍ତ୍ର ପରିଚୟ। ତେଣୁ କୁହାଯାଏ ନାରୀ ଯେବେ ସଶକ୍ତ ହୁଏ ସେ ସଶକ୍ତ କରି ତୋଳେ ନିଜ ଚତୁଃପାର୍ଶ୍ୱକୁ। କେବେ ସମୃଦ୍ଧି, କେବେ ଶକ୍ତି, କେବେ ଜ୍ଞାନ, କେବେ ବଳ ତ ଆଉ କେବେ ବିଜୟ ଲାଗି ସେ ପୂଜା ପାଇଥାଏ। ପୁରୁଷ କୈନ୍ଦ୍ରିକ ସମାଜ ସହ ତାଳ ଦେଇ ନାରୀ ବି ସମାଜରେ ସୃଷ୍ଟି କରିଛି ନିଜର ପରିଚୟ। ଆଉ ପ୍ରମାଣ କରିଛି ସେ ଅବଳା କି ଦୁର୍ବଳା ନୁହେଁ। ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆସନ୍ତୁ ଜାଣିବା କିଛି ସଫଳ ମହିଳାଙ୍କ ଉପରେ।

କେନ୍ଦୁଝର ଜିଲ୍ଲା ଟିକରପଡ଼ାର ସୁଲୋଚନା ବେହେରା।  ୧୦ ବର୍ଷ ତଳେ ସ୍ୱାମୀ ତାଙ୍କୁ ଏକାକରି ଆରପାରିକୁ ଚାଲିଗଲେ। ହେଲେ କୌଣସି ବାଧା ବିଘ୍ନରେ ସେ ଭାଙ୍ଗି ନ ପଡି ନିଜ ଗୋଡରେ ଛିଡା ହୋଇପାରିଛନ୍ତି ସୁଲୋଚନା।  ଦୁଇ ଛୁଆଙ୍କୁ ମଣିଷ କରିବା ପାଇଁ କାନ୍ଧରେ ଲଙ୍ଗଳ, କୋଦାଳ ଧରି କ୍ଷେତରେ ସୁନାର ଫସଲ ଫୁଟାଉଛନ୍ତି।  ଖାଲି ସେତିକି ନୁହେଁ, ଉନ୍ନତ ପ୍ରଣାଳୀରେ ଚାଷ ପାଇଁ ସେ ପାଇଛନ୍ତି କୃଷକ ବନ୍ଧୁ ସମ୍ମାନ।

ସେହିପରି ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ୍ ଗୀତବାହାଡ଼ିର ସଫଳ ମହିଳା ବ୍ୟବସାୟୀ ହେଲେ ଶାସ୍ତ୍ରୀ ଷଣ୍ଢ। ବିବାହ ବିଚ୍ଛେଦ ପରେ ବାପଘର ଉପରେ ବୋଝ ନହୋଇ ସେ ସେମାନଙ୍କ ସାହାରା ପାଲଟିଛନ୍ତି।  ମାତ୍ର ୨୦୦ ଟଙ୍କାରୁ ଆରମ୍ଭ କରିଥିବା ବ୍ୟବସାୟ ଏବେ ଏତେ ସଫଳ ହୋଇଛି ଯେ ସେ ପରିବାରର ୭ଜଣଙ୍କ ଦାୟିତ୍ୱ ସମ୍ଭାଳୁଛନ୍ତି।  ଏହା ସମ୍ଭବ ହୋଇଛି ତାଙ୍କର ଦୃଢ ସଂକଳ୍ପ ଓ କଠିନ ପରିଶ୍ରମ ବଳରେ।

କେତେ ବାଧା ବିଘ୍ନକୁ ସାହସର ସହ ସାମ୍ନା କରିପାରେ ନାରୀ? ଏହାର ଉତ୍ତର ହେଉଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲାର ରଞ୍ଜୁଲତା ପ୍ରଧାନ।  ଦିବ୍ୟାଙ୍ଗ ହୋଇବି ଦୃଢ଼ ଇଚ୍ଛାଶକ୍ତି ଓ କିଛି କରି ଦେଖାଇବାର ଜିଦ୍ ତାଙ୍କୁ ଆଜି ଆତ୍ମନିର୍ଭରଶୀଳ କରିପାରିଛି।  ସେ ଧୂପକାଠି ତିଆରି କରି ମାସକୁ ୨୦ହଜାର ଟଙ୍କା ରୋଜଗାର କରୁଛନ୍ତି। ଯାହାକି ଜଣେ ଦିବ୍ୟାଙ୍ଗଙ୍କ ପାଇଁ ସାଧାରଣ କଥା ନୁହେଁ।

ନିଜ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ଅସମ୍ଭବକୁ ସମ୍ଭବ କରି ଦେଖାଇଥିବା ଏଭଳି ଅନନ୍ୟାମାନଙ୍କୁ ବିଶ୍ୱ ମହିଳା ଦିବସରେ ଓଡ଼ିଶା ରିପୋର୍ଟର ପକ୍ଷରୁ ଅନେକ ଶୁଭେଚ୍ଛା ଆଉ ଶୁଭକାମନା।

Ordigital Desk
• Published: Thursday, 08 March 2018
• Updated: 08 March 2018, 09:01 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos