୫ ପୁଅଙ୍କ ଭିତରେ ଭାଗ ଛିଣ୍ଡିଲେନି ବାପା ମାଆ, ଶେଷରେ ଭାତ ମୁଠାଏ ଲାଗି ହାରିଲେ ଜୀବନ

ଭଞ୍ଜନଗର(ଓଡିଶା ରିପୋର୍ଟର): କଥାରେ ଅଛି ପିତୃମାତୃ ଋଣ ଶୁଝି ହୁଏନି। ହେଲେ ସେମାନେ ଶୁଝିବାକୁ ଚେଷ୍ଟା କରୁଥିଲେ। ପିଲାବେଳେ ଯୋଉ ବାପା, ମା’ ପେଟରେ ଓଦାକନା ପକାଇ ସେମାନଙ୍କୁ ମଣିଷ କରିଥିଲେ, ସେମାନଙ୍କୁ ପେଟରେ ଓଦାକନା ଦେଇ ଶୋଇପଡିବାକୁ ବ୍ୟବସ୍ଥା କରିଦେଲେ। ଆମ ଭାଷାରେ ଏମିତି କରି ହୁଏତ ସମାନେ ଋଣ ଶୁଝୁଥିଲେ। ହେଲେ ବୁଢା ବୟସରେ କେତେଦିନ ଏମତି ହୋଇଥାନ୍ତା ଯେ । ବୁଢା ବୁଢି ୨ଟା ସହି ପାରିଲେନି, ଆଉ ଶେଷରେ ସବୁ ସାରିଦେଲେ। ପିଲାମାନେ ପାଳିକରି ବଡ କଷ୍ଟରେ ଖୁଆଉଥିଲେ। ସେମାନଙ୍କୁ ଏହି କଷ୍ଟରୁ ମୁକ୍ତି ଦେବାକୁ ବାପା-ମା ଦୁହେଁ ଚରମ ନିଷ୍ପତ୍ତି ନେଲେ ଦୂରେଇ ଯିବେ ବୋଲି। ଆଉ ଜୀବନ ହାରି ବହୁ ଦୂରକୁ ଚାଲିଗଲେ।

ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଗଣ୍ଡିଶୁଳା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ଗାଁର ଲକ୍ଷ୍ମଣ ଦଳେଇ ଆଉ ତାଙ୍କ ସ୍ତ୍ରୀ ହେମ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି। କାରଣ କ’ଣ ଜାଣନ୍ତି। ମୁଠେ ଭାତ। ଆଜ୍ଞା ହଁ, ପିଲାମାନେ ଖାଇବା ମୁଠେ ଦେବାକୁ ଏମିତି ହଟହଟା କଲେ ଯେ, ଶେଷର ବୁଢା ବୁଢି ଦୁହେଁ ଜୀବନ ହାରିବାକୁ ଶ୍ରେୟସ୍କର ମନେକଲେ।

ମୃତ ଦମ୍ପତିଙ୍କ ୫ ପୁଅ। ସେମାନଙ୍କ ମଧ୍ୟରୁ ୪ ଜଣ ଗାଁରେ ରୁହନ୍ତି। ସମସ୍ତେ ପାରିବାର। ବୟସର ଶେଷାର୍ଦ୍ଧରେ ପହଞ୍ଚିଥିବା ଏହି ଦମ୍ପତିଙ୍କୁ କିନ୍ତୁ ଖାଇବାକୁ ମୁଠେ ଦେବା ଏହି ୪ ଭେଣ୍ଡିଆ ପୁଅଙ୍କ ପାଇଁ ବଡ ଅଡୁଆ ହୋଇଥିଲା। ଶେଷରେ ନିଷ୍ପତ୍ତି ହୋଇଥିଲା, ୪ ଭାଇ ପାଳି କରି ଦୁହିଁଙ୍କୁ ଖାଇବାକୁ ଦେବେ। ହେଲେ ଏଥିରେ ବି ସର୍ତ୍ତ ଥିଲା। ବାପା ମା’ଙ୍କୁ ଏକାଠି ନୁହେଁ, ଜଣେ ବାପାଙ୍କୁ ଖାଇବାକୁ ଦେଲେ ଆରପୁଅ ମା’ଙ୍କୁ ଦେବ ବୋଲି ନିଷ୍ପତ୍ତି ହେଲା। ଶେଷ ବୟସରେ ବୁଢାବୁଢୀ ଦୁହେଁ ଏକରକମ ଅଲଗା ହୋଇପଡିଥିଲେ। ତଥାପି ବଞ୍ଚିବା ଆଶାରେ ଲକ୍ଷ୍ମଣ ଓ ତାଙ୍କ ପତ୍ନୀ ପ୍ରତି ମାସରେ ପାଳି କରି ୪ ପୁଅଙ୍କ ଘରେ ଖାଉଥିଲେ ଏବଂ ଅଲଗା ରହୁଥିଲେ।  ମଙ୍ଗଳବାର ରାତିରେ ଖାଇବା କଥାକୁ ନେଇ ଲକ୍ଷ୍ଣଣଙ୍କ ବଡ଼ ପୁଅ ସହ ପାଟିତୁଣ୍ଡ ହୋଇଥିଲା। ଏହାପରେ ଭାଙ୍ଗପଡିଥିଲେ ବୃଦ୍ଧ । ଆଉ ନିଜ ପତ୍ନୀଙ୍କୁ ଏ ବାବଦରେ ଜଣାଇବା ପରେ ଦୁହେଁ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ।

ଆତ୍ମହତ୍ୟା ନେଇ କିଛି ଜାଣି ନଥିବା ମୃତ ଲକ୍ଷ୍ମଣଙ୍କ ପୁଅ କହିଛନ୍ତି।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

Ordigital Desk
• Published: Thursday, 04 January 2018
• Updated: 04 January 2018, 01:22 PM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos