ଆଜିଠାରୁ ସ୍କୁଲରେ ଖରାଛୁଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ସ୍କୁଲରେ ଖରାଛୁଟି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସରକାର ଗତକାଲି ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି। ଏହା ପୂର୍ବରୁ ଖରାଛୁଟିକୁ ନେଇ ଦ୍ୱନ୍ଦ୍ୱ  ସୃଷ୍ଟି ହେବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି। ପରେ ସ୍କୁଲ ଓ  ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ମଧ୍ୟ ଏନେଇ ସ୍ପଷ୍ଟ କରିଛନ୍ତି। ଆଜି ଠାରୁ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ରହିବ।

ଆଜିଠାରୁ ରାଜ୍ୟର ସମସ୍ତ ସ୍କୁଲରେ ଛୁଟି ଘୋଷଣା ହୋଇଥିବା ବେଳେ, ବିଭାଗୀୟ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ଘୋଷଣାକୁ ନେଇ ରୋଚକ ତଥ୍ୟ ସାମନାକୁ ଆସିଛି। ଛୁଟି ଘୋଷଣା କରିବାର କିଛି ସମୟ ପୂର୍ବରୁ ସ୍କୁଲ ବର୍ତ୍ତମାନ ଛୁଟି ଘୋଷଣା ହେବ ନାହିଁ ବୋଲି ଗଣମାଧ୍ୟମର ପ୍ରଶ୍ନରେ ମନ୍ତ୍ରୀ ଖୋଦ୍ ନିଜେ କହିଥିଲେ। କିନ୍ତୁ ଏହାର କିଛି ସମୟ ପରେ ପୁଣିଥରେ ମନ୍ତ୍ରୀ ମନ୍ତବ୍ୟ ରଖିଥିଲେ ଯେ ୨୫ ଏପ୍ରିଲ ଠାରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ସମସ୍ତ ସ୍କୁଲ  ଛୁଟି ଘୋଷଣା ହୋଇଛି। ସବୁଠାରୁ ବିଡମ୍ବନାର ବିଷୟ ହେଲା, ଖୋଦ ମନ୍ତ୍ରୀଙ୍କ ବିଭାଗର  ପ୍ରସଙ୍ଗକୁ ନେଇ ଉତ୍ତର ମନ୍ତ୍ରୀ ବଦ୍ରି ପାତ୍ରଙ୍କ ନିକଟରେ ସୂଚନା ନ ଥିଲା। ଛୁଟି ଘୋଷଣା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ ହେବାର କିଛି ସମୟ ପରେ ମନ୍ତ୍ରୀ ଆସି ଏ ସମ୍ପର୍କରେ ଘୋଷଣା କରିଥିଲେ। ଏଥିରୁ ତୃତୀୟ ମହଲାରୁ ସରକାରଙ୍କ ସମସ୍ତ ନିଷ୍ପତ୍ତି  ନିର୍ଦ୍ଧାରିତ ହେଉଥିବା ଚର୍ଚ୍ଚା ହେଉଛି।

Ordigital Desk
• Published: Wednesday, 25 April 2018
• Updated: 25 April 2018, 07:55 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ସ୍କୁଲରେ ଖରାଛୁଟି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସରକାର ଗତକାଲି ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି। ଏହା ପୂର୍ବରୁ ଖରାଛୁଟିକୁ ନେଇ ଦ୍ୱନ୍ଦ୍ୱ  ସୃଷ୍ଟି ହେବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି। ପରେ ସ୍କୁଲ ଓ  ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ମଧ୍ୟ ଏନେଇ ସ୍ପଷ୍ଟ କରିଛନ୍ତି। ଆଜି ଠାରୁ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ରହିବ।

ଆଜିଠାରୁ ରାଜ୍ୟର ସମସ୍ତ ସ୍କୁଲରେ ଛୁଟି ଘୋଷଣା ହୋଇଥିବା ବେଳେ, ବିଭାଗୀୟ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ଘୋଷଣାକୁ ନେଇ ରୋଚକ ତଥ୍ୟ ସାମନାକୁ ଆସିଛି। ଛୁଟି ଘୋଷଣା କରିବାର କିଛି ସମୟ ପୂର୍ବରୁ ସ୍କୁଲ ବର୍ତ୍ତମାନ ଛୁଟି ଘୋଷଣା ହେବ ନାହିଁ ବୋଲି ଗଣମାଧ୍ୟମର ପ୍ରଶ୍ନରେ ମନ୍ତ୍ରୀ ଖୋଦ୍ ନିଜେ କହିଥିଲେ। କିନ୍ତୁ ଏହାର କିଛି ସମୟ ପରେ ପୁଣିଥରେ ମନ୍ତ୍ରୀ ମନ୍ତବ୍ୟ ରଖିଥିଲେ ଯେ ୨୫ ଏପ୍ରିଲ ଠାରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ସମସ୍ତ ସ୍କୁଲ  ଛୁଟି ଘୋଷଣା ହୋଇଛି। ସବୁଠାରୁ ବିଡମ୍ବନାର ବିଷୟ ହେଲା, ଖୋଦ ମନ୍ତ୍ରୀଙ୍କ ବିଭାଗର  ପ୍ରସଙ୍ଗକୁ ନେଇ ଉତ୍ତର ମନ୍ତ୍ରୀ ବଦ୍ରି ପାତ୍ରଙ୍କ ନିକଟରେ ସୂଚନା ନ ଥିଲା। ଛୁଟି ଘୋଷଣା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ ହେବାର କିଛି ସମୟ ପରେ ମନ୍ତ୍ରୀ ଆସି ଏ ସମ୍ପର୍କରେ ଘୋଷଣା କରିଥିଲେ। ଏଥିରୁ ତୃତୀୟ ମହଲାରୁ ସରକାରଙ୍କ ସମସ୍ତ ନିଷ୍ପତ୍ତି  ନିର୍ଦ୍ଧାରିତ ହେଉଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos